କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା

add-all

ଝାରସୁଗୁଡ଼ା: ଝାରସୁଗୁଡ଼ାର ଜଣେ କୁକୁଡ଼ା ଫାର୍ମ ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସାହାଜାହାନ ଖାଁ। ତାଙ୍କ ବୟସ ୨୬ ବର୍ଷ ହେଇଥିବା ନେଇ ସୂଚନା ମିଳିଛି।

ଝାରସୁଗୁଡ଼ା ସଦର ଥାନା ବେହେରାପାଟରେ ଏହି ଘଟଣା ଘଟିଛି। ତେବେ ହତ୍ଯା ପରେ ମୃତଦେହକୁ ସହର ଉପକଣ୍ଠ ଅଞ୍ଚଳରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି।

ବ୍ୟବସାୟୀ ଶ୍ରତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଏଯାବତ ତାଙ୍କ ମୃତଦେହ ମିଳିପାରିନାହିଁ। ତେବେ ଡଗ୍ ସ୍କ୍ବାଡ୍, ସାଇଣ୍ଟିଫିକ ଟିମ ଓ ପୋଲିସ ପହଞ୍ଚି ଅଧିକ ଖୋଳତାଡ ଚଳାଇଛନ୍ତି।

ad-week
Leave A Reply

Your email address will not be published.