ମଣିଷକୁ ବ୍ୟାପିନି ବାର୍ଡ ଫ୍ଲୁ, କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ବର : ମଣିଷକୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ। ପୁରୀ ଜିଲ୍ଲାରୁ ସଂଗୃହୀତ ଅସୁସ୍ଥ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍ ଆସିଛି। ବାର୍ଡ ଫ୍ଲୁକୁ ନେଇ ଜାରି ରହିଥିବା ଆତଙ୍କ ଭିତରେ ଆଜି ଏଭଳି ସୂଚନା ଦେଇ ଆଶ୍ୱସ୍ତି ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
ସେ କହିଛନ୍ତି, ପୁରୀ ମଙ୍ଗଳପୁର ଅଂଚଳର ଜଣେ ବ୍ୟକ୍ତିଙ୍କର ଯେଉଁ ନମୁନା ପରୀକ୍ଷା ପାଇଁ ପୁଣେ ଯାଇଥିଲା, ତାହା ନେଗେଟିଭ ଆସିଛି। ତଥାପି ସଂପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି। ବାର୍ଡ ଫ୍ଲୁ ଯେଭଳି ନବ୍ୟାପିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିବା ସହ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି।
ଅନ୍ୟପକ୍ଷରେ ପୁରୀ ଜିଲ୍ଳାରେ ମାଡ଼ିଚାଲିଛି ବାର୍ଡ ଫ୍ଲୁ। ସତ୍ୟବାଦୀ ଓ ପିପିଲି ଅଞ୍ଚଳରୁ ଯାଇଥିବା ବାର୍ଡ ଫ୍ଲୁ ନମୁନା ପଜିଟିଭ୍ ଆସିଥିବା ବେଳେ ଆଜି ସୁଦ୍ଧା ୩୦ ହଜାର କୁକୁଡା ମରା ଯାଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ବାର୍ଡ ଫ୍ଲୁରେ କ୍ଷତିଗ୍ରସ୍ତ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ଦେବେ ସରକାର। ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ। ସେ କହିଛନ୍ତି, ଛୋଟ କୁକୁଡ଼ାକୁ ୨୦ ଟଙ୍କା ଓ ବଡ଼ କୁକୁଡ଼ା ପାଇଁ ୭୦ ଟଙ୍କା ଓ ଅଣ୍ଡା ପିଛା ୩ ଟଙ୍କା କ୍ଷତିପୂରଣ ବ୍ୟବସ୍ଥା ହୋଇଛି। ବର୍ତ୍ତମାନ ସୁଦ୍ଧା ଦିଆଯାଇଛି ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।ବାର୍ଡ ଫ୍ଲୁ କିଭଳି ଅଲଗା ଜିଲ୍ଲାକୁ ନ ବ୍ୟାପିବ ସେ ନେଇ ବିଭାଗ ସଚେତନ ରହିଛି। ନିମାପଡ଼ା ଓ ଡେଲାଙ୍ଗରୁ ନମୁନା ପଠାଯାଇଛି, ଆସିଲେ ଜଣାପଡ଼ିବ ସେ ଅଞ୍ଚଳରେ ବାର୍ଡ ଫ୍ଲୁ ଅଛି କି ନାହିଁ।

ad-week
Leave A Reply

Your email address will not be published.