ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ, ୬ଟି ସ୍ଥାନରେ ଚାଲିଛି ରେଡ୍‌

add-all

ବାଲେଶ୍ବର: ଭିଜିଲାନ୍ସ ଜାଲରେ ଡିଇଓ ଅଫିସର କନିଷ୍ଠ କିରାଣୀ। କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚାଲିଛି ରେଡ୍‌। ବାଲେଶ୍ବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଏହି ରେଡ୍ ।

ବାଲେଶ୍ବର ଅଙ୍ଗାରଗାଡ଼ିଆରେ ରହିଛି ତିନି ମହଲା ଘର । ବାଲେଶ୍ବର ସେରଗଡ଼ରେ ମାର୍କେଟ କମ୍ପ୍ଲେକ୍ସ ଓ ଖନ୍ତପଡାରେ ଥିବା ପୈତୃକ ଘରେ ଚାଲିଛି ଚଢ଼ାଉ । ଖନ୍ତପଡା ଓ ନୀଳଗିରିରେ ଥିବା ଦୁଇ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଉଛି।ଡିଇଓ ଅଫିସର କନିଷ୍ଠ କିରାଣୀଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା କାର୍ଯ୍ୟାଳୟରେ ମଧ୍ୟ ରେଡ୍ ମାରିଛି ଭିଜିଲାନ୍ସ । ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଅତିରିକ୍ତ ଏସପି, ୪ ଡିଏସପି, ୭ ଇନିସ୍ପେକ୍ଟର, ୫ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ।

ad-week
Leave A Reply

Your email address will not be published.