ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ହେବ ବୃଦ୍ଧି, ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ

add-all

ପୁରୀ : ଗୁଣ୍ଡିଚା ମନ୍ଦିର ରୋଷ ଘରର ଉଚ୍ଚତା ବୃଦ୍ଧି କରାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସାରିବାକୁ ଓବିସିସିକୁ ନିର୍ଦ୍ଦେଶ ଦିଆଯାଇଛି । ରୋଷଘର ଉଚ୍ଚତା ବୃଦ୍ଧି ସହ ଆନୁସଙ୍ଗିକ ସମସ୍ତ ସୁବିଧା କରାଯିବ। ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଳାପାଳ । ପୂର୍ବରୁ ଗୁଣ୍ଡିଚା ମନ୍ଦିର ରୋଷଘରୁପାଣି ଗଳୁଥିବା ଅଭିଯୋଗ ହୋଇଥିଲା । ରଥଯାତ୍ରା ସମୟରେ ୯ ଦିନ ଏହି ରୋଷଘର ବ୍ୟବହୃତ ହୋଇଥାଏ ।

ସୂଚନା ଥାଉକି, ଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ଚାଲିଥିବା ବିଭିନ୍ନ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଓବିସିସି ଅଧିକାରୀ ଓ ସୁଆର ମହାସୁଆର ନିଯୋଗ ସଭାପତି, ସମ୍ପାଦକ ମଧ୍ୟ ଉପସ୍ଥିତ ଥିଲେ। ଖୁବଶୀଘ୍ର କାର୍ଯ୍ୟ ସରିବା ପରେ ଭକ୍ତଙ୍କ ପାଇଁ ଖୋଲି ପାରେ ଗୁଣ୍ଡିଚା ମନ୍ଦିର। ଗୁଣ୍ଡିଚା ମନ୍ଦିରରେ ବିଭିନ୍ନ କାର୍ଯ୍ୟ ଚାଲିଥିବାରୁ ଭକ୍ତଙ୍କ ପାଇଁ ‌ଦୀର୍ଘ ଦିନ ହେବ ଏହା ବନ୍ଦ ରହିଛି।

ad-week
Leave A Reply

Your email address will not be published.