ସ୍ୱାୟତ୍ତ ଶାସନ ଦିବସ ଅବସରରେ ୪ଟି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

କଟକ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ସହରରେ ୫୦ କୋଟି ଟଙ୍କା ବ୍ୟୟରେ ୪ଟି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ପ୍ରତିବର୍ଷ ସ୍ୱାୟତ୍ତ ଶାସନ ଦିବସରେ କଟକ ମହାନଗର ନିଗମ ଅନେକ ପ୍ରକଳ୍ପ ଭେଟି ଦେଉଥିବା ବେଳେ ଚଳିତ ବର୍ଷ ଗୋଟିଏ ବଡ ପ୍ରକଳ୍ପ ଛାଡ଼ିଦେଲେ ଅନ୍ୟ କୌଣସି ଆଖି ଦୃଶିଆ ପ୍ରକଳ୍ପ ନିଗମ ହାତରେ ନାହିଁ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଖାନନଗର ଶ୍ମଶାନରେ ନୂତନ ସିଏନଜି ଶବଦାହ ଗୃହ ଉଦଘାଟନ କରିଛନ୍ତି। ପରେ ପରେ ଶ୍ରୀ ପ୍ରଧାନ ବକ୍ସିବଜାର ଠାରେ ବକ୍ସି ଜଗବନ୍ଧୁଙ୍କଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି, ଓଡ଼ିଆ ବଜାରଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ନେତାଜୀ ସ୍ମାରକୀ ପ୍ରତିଷ୍ଠାନକୁ ଉଦଘାଟନ କରିବା ସହ ବୁଲି ଦେଖିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ମେୟର ସୁବାସ ସିଂ, ବିଧାୟକ ସଫିଆ ଫିର୍ଦ୍ଦୋସ୍, ସୌଭିକ୍ ବିଶ୍ଵାଳ, ପ୍ରକାଶ ସେଠୀ, ସାରଦା ପ୍ରଧାନ ଏବଂ ବିଭିନ୍ନ ୱାର୍ଡର କର୍ପୋରେଟର ମାନେ ଉପସ୍ଥିତ ଥିଲେ। କଟକ ମହାନଗର ନିଗମ ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି।

ad-week
Leave A Reply

Your email address will not be published.