କୋଟିପତି କନିଷ୍ଠ କିରାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

add-all

ବାଲେଶ୍ବର : ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କନିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଦାସଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ବିଡିଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଗତକାଲି ପ୍ରଦୀପଙ୍କର ବାଲେଶ୍ୱରର ପୈତୃକ ଓ ସଂପର୍କୀୟଙ୍କ ଘର ସମେତ ୬ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀ ପ୍ରଦୀପଙ୍କର ଦୁଇ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଠାବ କରିଥିଲେ। ଏଥିସହ ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆରେ ଏକ ତିନି ମହଲା କୋଠା,ବାଲେଶ୍ୱର ସହରରେ ତାଙ୍କର ଘର କରିବା ଯୋଗ୍ୟ ୬ଟି ମୂଲ୍ୟବାନ ପ୍ଳଟ୍, ବ୍ୟାଙ୍କ, ବୀମା,ପୋଷ୍ଟାଲ ଜମା ଓ ୨ଟି ଦୁଇ ଚକିଆ ଯାନ ଠାବ କରାଯାଇଥିଲା।
ପରେ କନିଷ୍ଠ କିରାଣିଙ୍କୁ ଠୁଳ କରିଥିବା ପୁଳା ପୁଳା ସମ୍ପତ୍ତି ବାବଦରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.