ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ

add-all

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଛତ୍ରପୁର ବିଇଓଙ୍କୁ ବାନ୍ଧିଲା ଭିଜିଲାନ୍ସ। ବିଇଓ ସୀତାରାମ ପାତ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ବିଇଓ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପରେ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ବିଇଓଙ୍କର ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ, ବ୍ରହ୍ମପୁର ସହରର ରାମ କୃଷ୍ଣନଗରରେ ଥିବା ଘର ସମେତ ୩ଟି ସ୍ଥାନ ଓ ପୋଲସରାର ୨ଟି ସ୍ଥାନରେ ଏକାକାଳୀନ ଚଢାଉ କରାଯାଇଥିଲା। । ଚଢ଼ାଉ ବେଳେ ବିଇଓଙ୍କର ୩ଟି ବହୁତଳ କୋଠା ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ।

ଏଥିସହ ବିଇଓଙ୍କ ଘରୁ ନଗଦ ୬.୫ ଲକ୍ଷ ଟଙ୍କା ସହ ବ୍ୟାଙ୍କ ଜମା ୩୫.୬୧ ଲକ୍ଷ ଟଙ୍କା ଓ ଗୋଟିଏ କାର୍ ଠାବ କରାଯାଇଥିଲା। ସେହିପରି ଚଢ଼ାଉ ବେଳେ ସୁନା, ରୁପା ଗିନା,ଚାମଚ, ଦାମୀ ଘଣ୍ଟା ଜବତ କରାଯାଇଥିବା ସୂଚନା ରହିଛି। ବିଇଓ ଠୁଳ କରିଥିବା ସମ୍ପତ୍ତି ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଆଜି ତାଙ୍କୁ ଗିରଫ କରିଛି।

ad-week
Leave A Reply

Your email address will not be published.