ସେପ୍ଟେମ୍ବର ସୁଦ୍ଧା ମିଳିବ ନୂଆ ରାସନ କାର୍ଡ

add-all

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ଯରେ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯିବ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି। ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା ୧୦ ଲକ୍ଷ ଲୋକ ଆବେଦନ କରିଛନ୍ତି।

ପୁରୁଣା କାର୍ଡରେ ଇ-କେୱାଇସି ଯାଞ୍ଚ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ନୂଆ କାର୍ଡ ଆବେଦନ ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୩୭ହଜାର ଲୋକଙ୍କର ଇ-କେୱାଇସି ଅପଡେଟ ସରିଥିବା ବେଳେ ଅନ୍ୟମାନଙ୍କ ଯାଞ୍ଚ ଚାଲିଥିବା ନେଇ ମନ୍ତ୍ରୀ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.