ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବକ, ଜଣେ ମୃତ ଓ ଅନ୍ୟଜଣେ ନିଖୋଜ

add-all

କଟକ: କଟକର ମହାନଦୀ ନଦୀକୁ ଯୁବକ ଡେଇଁବା ଘଟଣା। ବୁଧବାର ଦିନ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଅଗ୍ନିଶମ ବିଭାଗର କର୍ମଚାରୀମାନେ ସକାଳେ କଟକସ୍ଥିତ ଜଗତପୁର-କେନ୍ଦ୍ରାପଡା କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ସେ ମଙ୍ଗଳବାର ରାତିରେ ମହାନଦୀକୁ ଡେଇଁଥିଲେ।

ସୂଚନାନୁସାରେ, ମଙ୍ଗଳବାର ଦିନ ଦୁଇଜଣ ବ୍ୟକ୍ତି ମହାନଦୀକୁ ଡେଇଁପଡିଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କ ମଧ୍ୟରୁ ଜଣେ ମଧୁସୂଦନ ସେତୁରୁ ଡେଇଁଥିବା ବେଳେ ଅନ୍ୟ ଜଣେ ମଙ୍ଗଳବାର ସକାଳେ ଜୋବ୍ରା ବ୍ରିଜରୁ ନଦୀକୁ ଡେଇଁ ପଡ଼ିଥିଲେ।

ଜୋବ୍ରା ବ୍ରିଜରୁ ନଦୀକୁ ଡେଇଁପଡିଥିବା ବ୍ୟକ୍ତି ଜଣକ କଟକସ୍ଥିତ ନୟାସଡକ ଅଞ୍ଚଳର ଅନୁପ ଅଗ୍ରୱାଲ (୫୧) ବୋଲି ଜଣାପଡିଛି। ପୂର୍ବରୁ ପୋଲିସ ସେତୁରୁ ସ୍କୁଟର ଏବଂ ଚପଲ ଜବତ କରିଥିଲା।

ad-week
Leave A Reply

Your email address will not be published.