ସମୁଦ୍ର କୂଳରେ ମରିକି ପଡିଛନ୍ତି ହଜାର ହଜାର ବ୍ଲୋ ବଟନ ଜେଲିଫିଶ

add-all

ପୁରୀ : ସମୁଦ୍ର ଭିତରେ ବଡ ହଲଚଲ ସୃଷ୍ଟି ହୋଇଛି ।  ପୁରୀଜିଲ୍ଲା ଅସ୍ତରଙ୍ଗ ସମୁଦ୍ର କୁଳର ଦେବୀ ମୁହାଣ ଠାରୁ କେଳୁଣୀ ଆଉ ଚନ୍ଦ୍ରଭାଗା ମୁହାଣ ଇଲାକାରେ ସମୁଦ୍ର କୂଳରେ ହଜାର ହଜାର ପରିମାଣରେ ବ୍ଲୋ ବଟନ ଜେଲିଫିଶ ମରିକି ପଡିଛନ୍ତି ।  ଗତକିଛି ଦିନ ହେବ ଏହି ବିରଳ ଜେଲିମୃତ୍ୟୁ ଘଟି ବା କାରଣରୁ ସମୁଦ୍ରରୁ ଭାସି ଆସି କୂଳରେ ଲାଗିଛନ୍ତି ।

ସମୁଦ୍ର ଭିତରେ କିଛି ଅଘଟଣ ହେବାଫଳରେ ଏହି ଜଳଜୀବଙ୍କ ଲକ୍ଷ ଲକ୍ଷ ପରିମାଣରେ ମୃତ୍ୟୁ ଘଟିଥିବା ପରିବେଶବିତ ମାନେ ମତପ୍ରକାଶ କରୁଥିବାବେଳେ ଏହି ବର୍ଷା ଦିନରେ ନଦୀର ଗୋଳିଆ ପାଣି ପଶିବାଫଳରେ ସମୁଦ୍ର ଜଳର କିଛି ଲବଣାକ୍ତ କମିବା ଫଳରେ ସମୁଦ୍ରରେ ଅସନ୍ତୁଳନ ହେବା କାରଣରୁ ଏହି ବ୍ଲୋ ବଟନ ଜେଲିଫିଶ ମୃତ୍ୟୁ  ଘଟିଛି ବୋଲି ସମୁଦ୍ରକୁଳିଆ ବାସିନ୍ଦା କହିଛନ୍ତି ।

ଆଜି ସକାଳୁ ଅସ୍ତରଙ୍ଗର ଦେବୀ ମୁହାଣ ,ଗୁଣ୍ଡଳବା ,ଜାହାନିଆ ,ଅନକଣା ଆଉ ଡାଳୁଆକାଣି କୂଳରେ ସବୁଜରଙ୍ଗର ଶାର୍ଟ ବଟନ ଆକୃତିର ଏହି ଜେଲିଫିଶ ସମୁଦ୍ର କୂଳରେ ବହୁ ପରିମାଣରେ ମରିକି ପଡିଛନ୍ତି । ଏହି ଜେଲିଫିଶ ଆସିଲେ ଯଦି ସମୁଦ୍ରରେ ଗାଧୋଇଲେ ଦେହ ଗଲୁ ହେବାର ସମ୍ଭାବନା ରହିଛି । ଏହି ବ୍ଲୋ ବଟନ ଜେଲିଫିଶ ୨୦୨୦ ମସିହାରେ ଲକ୍ଷ ଲକ୍ଷ ପରିମାଣରେ ଅସ୍ତରଙ୍ଗ ସମୁଦ୍ରକୂଳରେ ମୃତ୍ୟୁ ହୋଇପଡ଼ିଥିଲେ ।  ଆଜି ପୁଣି ଏହି ଜେଲିଫିଶ ସମୁଦ୍ରକୂଳରେ ପଡିଛନ୍ତି ।

ad-week
Leave A Reply

Your email address will not be published.