ତ୍ରିଶୁଳିଆ ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା, ୨ଜଣଙ୍କ ଜୀବନ ଗଲା

add-all

କଟକ: ତ୍ରିଶୁଳିଆ ସୁବାଶଚନ୍ଦ୍ର ବୋଷ ସେତୁ ଉପରେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୨ଜଣଙ୍କ ଜୀବନ। ଗୋଟିଏ ସ୍କୁଟିକୁ ଏକ ଟାଟା ମ୍ୟାଜିକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଟକ ତ୍ରିଶୁଳିଆର ସୁବାଶଚନ୍ଦ୍ର ବୋଷ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୋଟିଏ ସ୍କୁଟିକୁ ବିପରିତ ଦିଗରୁ ଆସୁଥିବା ଏକ ଟାଟା ମ୍ୟାଜିକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନ ଓ ସ୍କୁଟିକୁ ଜବତ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.