ନିଖୋଜ ଥିଲେ ଯୁକ୍ତ ଦୁଇ ଛାତ୍ର; ନାଳରୁ ମିଳିଲା ମୃତଦେହ

add-all

ଯାଜପୁର : ୨ଦିନ ତଳେ ନିଖୋଜ ଥିଲେ ଯୁକ୍ତ ଦୁଇ ଛାତ୍ର। ଆଜି ସକାଳେ ନାଳରୁ ମିଳିଲା ମୃତଦେହ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଧର୍ମଶାଳା ଥାନା ଅଭୟପୁର ଗ୍ରାମର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା।
ଗତ ୨ ଦିନ ତଳେ ରୁଦ୍ର ନିଖୋଜ ଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଏନେଇ ପରିବାର ଲୋକେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ।
ଆଜି ସକାଳେ ଶଗଡ଼ିଆ ନାଳରେ ରୁଦ୍ରଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପୁଅର ମୃତଦେହକୁ ଚିହ୍ନଟ କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଉଛି ଓ ଘଟଣାର ତଦନ୍ତ କରୁଛି। ରୁଦ୍ରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ରୁଦ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୋ ପୁଅକୁ ଯିଏ ମାରିଛି ତାକୁ ଦଣ୍ଡ ମିଳୁ । ଏଥିସହ ମୋ ପୁଅକୁ ନ୍ୟାୟ ମିଳୁ।

ad-week
Leave A Reply

Your email address will not be published.