ପୁରୀ ବେଳାଭୂମିରେ ଅଜଣା କଣ୍ଟେନର: ମିଳିଲା ପରିଚୟ

add-all

ପୁରୀ: ପୁରୀ ବେଳାଭୂମିରେ ଠାବ ହୋଇଥିବା ଅଜଣା କଣ୍ଟେନର ର ମିଳିଲା ପରିଚୟ। ପୁରୀ ବେଳାଭୂମିରୁ ଠାବ କଣ୍ଟେନର୍ ଇଣ୍ଡୋନେସିଆ ଜାହାଜର ବୋଲି ସୂଚନା ଦେଇଛନ୍ତି ପୁରୀ ସଦର ଏସଡିପିଓ।

ସେ କହିଛନ୍ତି, ଏକ ଇଣ୍ଡୋନେସିଆ କମ୍ପାନୀ ଜାହାଜରୁ ୭ଟି କଣ୍ଟେନର୍‌ ହଜିଯାଇ ଥିବା ସୂଚନା ମିଳିଛି। କୋଲକାତାରୁ ପୋର୍ଟବ୍ଲେୟାର୍‌ ଯାଇଥିବା ଜାହାଜର କଣ୍ଟେନର୍ ମିସିଂ ଅଛି।

ସେଠାକାର କୋଷ୍ଟଗାର୍ଡ, କମ୍ପାନୀ ମାଲିକ, ଗୁଇନ୍ଦା ସହ ଯୋଗାଯୋଗ କରାଯାଉଛି। ୩ ଦିନ ତଳେ ସାତଭାୟାରୁ ସମାନ କମ୍ପାନୀର ୨ଟି କଣ୍ଟେନର୍ ମିଳିଥିଲା। ତେଣୁ ଏ କଣ୍ଟେନର ବି ତାଙ୍କର ବୋଲି କହିଛନ୍ତି ଏସଡିପିଓ।

ତେବେ ଆଜି ସକାଳୁ ସକାଳୁ କଣ୍ଟେନରଟି ପେଣ୍ଠକଟା ବେଳାଭୂମି କୂଳରେ ଲାଗିଥିବା ବେଳେ କଣ୍ଟେନରରେ ମହମବତୀ ଥିବା ଦେଖିବାକୁ ମିଳିଛି। କିଛି ମତ୍ସ୍ୟଜୀବୀମାନେ କଣ୍ଟେନର ଭିତରୁ ମହମବତୀ ପାଇଥିବା ମଧ୍ୟ କହିଥିଲେ। ଯାହାକୁ ନେଇ ସନ୍ଦେହ ବଢିଥିଲା। ତେବେ କଣ୍ଟେନରଟି ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଏନେଇ କୋଷ୍ଟଗାର୍ଡ ସହ ଆଲୋଚନା ପରେ ପ୍ରୋଟକଲ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଅନ୍ୟପଟେ କଣ୍ଟେନର ନିକଟକୁ ମେରାଇନ୍ ଥାନା ଅଧିକାରୀଙ୍କ ସମେତ ସଦର ଏସପିପିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତାର ସ୍ଥିତି ଯାଞ୍ଚ କରିଛନ୍ତି। କଣ୍ଟେନର ଉପରେ ITTU202370 ( 3) ନମ୍ବର ଲେଖାହୋଇଥିବା ଦେଖିବାକୁ ମିଳିଥିଲା। ତେବେ କଣ୍ଟେନରକୁ ରସିରେ ବନ୍ଧା ଯାଇଥିବା ବେଳେ ଏହାକୁ ଖୋଲିବା ପାଇଁ ଫରେଷ୍ଟ,, ଫିସରି ଓ କୋଷ୍ଟଗାର୍ଡ ଅଧିକାରୀଙ୍କ ସହ ଆଲୋଚନା କରାଯାଉଥିବା କହିଛନ୍ତି ସଦର ଏସଡିପିଓ।

ad-week
Leave A Reply

Your email address will not be published.