୧.୩୨ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଏମ୍‌ଭିଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

add-all

ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୂଆପଡ଼ା ମୋଟର ଭେଇକିଲ ଇନ୍ସପେକ୍ଟର (MVI) ବିଜୟ କୁମାର ବେହୁରିଆ। ନଗଦ ୧ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ।
ଏକ ଘରୋଇ ଗାଡ଼ିରେ ବିଜୟ କୁମାର ବେହୁରିଆ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଖୋର୍ଦ୍ଧାର ହସ୍‌ପିଟାଲ ଛକରେ ତାଙ୍କୁ ଭିଜିଲାନ୍ସର ଏକ ଟିମ୍ ଅଟକାଇ ଥିଲା। ଗାଡ଼ି ଯାଞ୍ଚ ବେଳେ ସେଥିରୁ ନଗଦ ୧ ଲକ୍ଷ ୩୨ ହଜାର ଟଙ୍କା ମିଳିଥିଲା। ସେ ଏହି ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ। କିନ୍ତୁ ବିଜୟ କୁମାର ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଏହା ପରେ ତାଙ୍କଠାରୁ ସମସ୍ତ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ଏହା ସହିତ ବିଜୟ କୁମାର ବେହୁରିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ସେ ଏହି ଟଙ୍କା କେଉଁଠାରୁ ଆଣିଲେ, ସେ ନେଇ ଭିଜିଲାନ୍ସ ପଚରାଉଚରା କରୁଥିବା ଜଣାପଡ଼ିଛି। ପିସି କାରବାର ସହିତ ବିଭିନ୍ନ ବେଆଇନ ଉତ୍ସରୁ ସେ ଏହି ଟଙ୍କା ସଂଗ୍ରହ କରିଥିବା ସନ୍ଦେହ କରାଯାଉଛି।
ନଗଦ ୧.୩୨ ଲକ୍ଷ ଟଙ୍କା ସହିତ ଧରାପଡ଼ିବା ପରେ ଏମ୍‌ଭିଆଇ ବିଜୟ କୁମାର ବେହୁରିଆଙ୍କର ୫ଟି ଠିକଣାର ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ad-week
Leave A Reply

Your email address will not be published.