ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ଲୋକେ

add-all

ପୁରୀ : ପୁରୀ ବେଳାଭୂମୀରେ ଲାଗିଥିବା ଅଜଣା କଣ୍ଟେନରରୁ ବିଭିନ୍ନ ସାମଗ୍ରୀ ବୋହି ନେଲେ ସ୍ଥାନୀୟ ଲୋକେ। କ୍ୟାଣ୍ଡେଲ, ଖାଦ୍ୟ ସାମଗ୍ରୀ, ଇଞ୍ଜିନ ଅଏଲଓ ପରଫ୍ୟୁମ ସହ ଅନେକ ସାମଗ୍ରୀ ସବୁକୁ ବୋହି ନେଇଛନ୍ତି ଲୋକେ।
୨ଦିନ ତଳେ ପେଣ୍ଠକଟା ବେଳାଭୂମିରେ ଲାଗିଥିଲା ଏକ ବଡ଼ କଣ୍ଟେନର। ଯାହାକୁ ଖୋଲିବା ପାଇଁ କୋଷ୍ଟଗାର୍ଡ ଓ କଷ୍ଟମ ଡିପାର୍ଟମେଣ୍ଟକୁ ଖବର ଦିଆଯାଇଥିଲା। କିନ୍ତୁ ୩ ଦିନ ପରେ ବି କଣ୍ଟେନର ଖୋଲାଯାଇ ନ ଥିବା ବେଳେ ଆଜି ସକାଳେ କଣ୍ଟେନରର ଗୋଟିଏ ପାର୍ଶ୍ୱରେ ଫାଟ ସୃଷ୍ଟି ହୋଇଥିଲା। କଣ୍ଟେନର ଭିତରେ ବିଭିନ୍ନ ସାମଗ୍ରୀ ଦୃଶ୍ୟମାନ ହେବା ସହ କିଛି ସୁଦ୍ରରେ ଭାସୁଥିଲା। ପରେ ସ୍ଥାନୀୟ ଲୋକେ ପହଞ୍ଚି କଣ୍ଟେନରରୁ ସାମଗ୍ରୀ ବୋହିନେଇଥିବା ଜଣାଯାଇଛି।
ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, କୋଲକତାରୁ କଣ୍ଟେନରଟି ଭାସି ଆସିଥିବା ଜଣାଯାଇଛି। କୋଷ୍ଟଗାର୍ଡ ପହଞ୍ଚିଲେ କଣ୍ଟେନେରଟି ଖୋଲାଯିବ। କଣ୍ଟେନରରେ କୌଣସି ଆପତ୍ତି ଜନକ ଜିନିଷ ନ ଥିବାର ସନ୍ଦେହ କରାଯାଉଛି। ଏଥିପାଇଁ ବ୍ୟସ୍ତ ହେବାର କିଛି ଆବଶ୍ୟକ ନାହିଁ।

ad-week
Leave A Reply

Your email address will not be published.