ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା

add-all

ଭୁବନେଶ୍ବର: ଭୁବନେଶ୍ବର ଓଟ୍ରିପଲ-ଏସସି ଅଫିସ ଘେରିଲେ ଶହ ଶହ ପରୀକ୍ଷାର୍ଥୀ । ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ଓଟ୍ରିପଲ-ଏସସି ଅଫିସ ଘେରାଉ କରିଛନ୍ତି । ଯୋଗ୍ୟ ପରୀକ୍ଷାର୍ଥୀମାନେ ମେରିଟ୍ ତାଲିକାରୁ ବାଦ୍ ପଡ଼ିବାରୁ ପରୀକ୍ଷାର୍ଥୀମାନେ ପ୍ରତିବାଦ କରି ଦାୟିତ୍ୟହୀନତାକୁ ଦୋଷାରୋପ କରି ପୁନଃ ପରୀକ୍ଷା କରିବାକୁ ଦାବି କରିଛନ୍ତି ।

ତେବେ ଗୋଟେ ପଟେ ତ ଚାକିରୀ ମିଳିବା କଷ୍ଟସାଧ୍ୟ ଆଉ ତା ଉପରେ ପୁଣି  ଚାକିରୀରେ ଚାଲିଥିବା ଘୋଟାଲା ଯୁବ ପିଢ଼ି ଙ୍କ ବର୍ଷ ବର୍ଷର କଷ୍ଟକୁ ଯେପରି ପରିହାସ କରୁଛି। ଯେଉଁ କାରଣରୁ ବହୁ ମେଧାବୀ ହତୋତ୍ସାହ ହେଉଛନ୍ତି। ଏହି କ୍ରମରେ ଏବେ ସବଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ତଥା ଓଟ୍ରିପଲ-ଏସସି ଦ୍ଵାରା ପ୍ରକାଶିତ କମ୍ବାଇଣ୍ଡ ଏକ୍ଜାମିସନ ଗ୍ରୁପ ସି ରେଜଲ୍ଟ କୁ ନେଇ ଏବେ ପୁଣି ହଟଚମଟ ସୃଷ୍ଟି ହୋଇଛି। ଫରେଷ୍ଟ ଗାର୍ଡ, ଫରେଷ୍ଟର ଓ ଲାଇଭ ଷ୍ଟକ୍ ଇନ୍ସପେକ୍ଟର ରେଜଲ୍ଟ ରେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.