ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ: ଇଞ୍ଜିନିୟର ରଶିଦଙ୍କୁ ମିଳିଲା ଜାମିନ

add-all

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଜେଲ୍ ଦଣ୍ଡ ଭୋଗୁଥିବା ବାରାମୁଲା ସାଂସଦ ଇଞ୍ଜିନିୟର ରଶିଦଙ୍କୁ ଜାମିନ ମିଳିଛି। ଆଗକୁ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଥିବା ବେଳେ ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ରାଶିଦଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। 

ସେପ୍ଟେମ୍ବର ୧୮ ତାରିଖରେ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ପଡ଼ିବ। ଏଥର ଇଞ୍ଜିନିୟର ରଶିଦଙ୍କ ଭାଇ ନିର୍ବାଚନ ଲଢୁଛନ୍ତି। ଇଞ୍ଜିନିୟର ରଶିଦ ସ୍ୱାଧୀନ ସାଂସଦ ଭାବେ ବାରାମୁଲା ନିର୍ବାଚନ ମଣ୍ଡଳୀରୁ ଗତ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ତାଙ୍କ ଭାଇ ଖୁର୍ସିଦ ଅହମଦ ଇଞ୍ଜିନିୟର ରଶିଦଙ୍କ ଦଳ ଆୱାମୀ ଇତ୍ତିହାଦ ପାର୍ଟିରୁ ୨୦୨୪ ବିଧାନସଭା ନିର୍ବାଚନ ଲଢୁଛନ୍ତି। ଖୁର୍ସିଦ ଉତ୍ତର କାଶ୍ମୀରର ଲାଙ୍ଗେଟ୍ ଆସନରୁ ନିର୍ବାଚନ ଲଢୁଛନ୍ତି। 

ସୂଚନା ଥାଉକି ଇଞ୍ଜିନିୟର ରଶିଦ ପୂର୍ବରୁ ଉତ୍ତରକାଶ୍ମୀର ଲାଙ୍ଗେଟ ଆସନରୁ ଦୁଇଥର ବିଧାୟକ ହୋଇ ସାରିଛନ୍ତି। ହେଲେ ୨୦୨୪ ଲୋକସଭା ନିର୍ବାଚନରେ ସେ ଓମାର ଅବଦୁଲ୍ଲାଙ୍କ ବିରୋଧରେ ସଂସଦୀୟ ନିର୍ବାଚନ ଲଢ଼ିଥିଲେ। 

ଅନ୍ୟପଟେ ରଶିଦଙ୍କ ଏଆଇପିକୁ ଦଳ ସମାଲୋଚନା କରୁଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ ଓ ଜାମ୍ମୁ-କାଶ୍ମୀର ଏନ୍‌ସି ନେତା ଓମାର ଅବଦୁଲା। ଏଆଇପି ବିଜେପିର ସହଯୋଗୀ ଦଳ ବୋଲି ଦୁଇ ନେତା ଅଭିଯୋଗ କରୁଛନ୍ତି। ମେହେବୁବା କହିଛନ୍ତି ଯେ ରଶିଦ ବର୍ତ୍ତମାନ ଜେଲ୍‌ରେ ଥାଇ ତାଙ୍କ ଦଳ କିଭଳି ସବୁ ଆସନରେ ପ୍ରାର୍ଥୀ ଦେଇପାରୁଛି। ସେମାନେ ଅର୍ଥ କେଉଁଠୁ ପାଉଛନ୍ତି। ପିଡିପି ୫୦ ବର୍ଷର ଦଳ ହୋଇ ବି ପ୍ରର୍ଥୀ ଦେଇପାରୁ ନାହିଁ। ହେଲେ ଏଆଇପି ପ୍ରାର୍ଥୀ ଦେଉଛି। ଏଆଇପି ସହାଯ୍ୟରେ ବିଜେପି ଜାମ୍ମୁ-କାଶ୍ମୀର ଭୋଟ ଶେୟାର ଖେଳାଇବାକୁ ଚାହୁଁଛି ବୋଲି ମେହେବୁବା କହିଛନ୍ତି। ସେହିପରି ରଶିଦଙ୍କ ଦଳ ବିଜେପିର ଛାୟା ଦଳ ବୋଲି ଉମାର ଅବଦୁଲ୍ଲା କହିଛନ୍ତି। 

ad-week
Leave A Reply

Your email address will not be published.