ଅଜଣା ଗାଡି ଧକ୍କାରେ ତିନି ଗୁରୁତର

add-all

ଛତ୍ରପୁର : ରମ୍ଭା ଥାନା ଅଧିନ ସାନରାମଚନ୍ଦ୍ରପୁର ଜାତୀୟ ରାଜପଥ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା | ଅଜଣା ଗାଡି ଧକ୍କାରେ ବାପା, ଝିଅ ଓ ଜ୍ୱାଇଁ ଗୁରୁତର | ଗୁରୁତର ମାନେ ହେଲେଜ୍ୱାଇଁ ମନୋଜ ସାହୁ, ଝିଅ ପ୍ରିୟଙ୍କା ସାହୁ ଓ ବାପା ରଙ୍କ ସାହୁ | ରମ୍ଭା ଅଗ୍ନିଶମ ବିଭାଗ ପହଂଚି ଗୁରୁତର ମାନଂକୁ ଛତ୍ରପୁର ମେଡିକାଲ ଭର୍ତି କରିଥିଲେ, ସେଠାରେ ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ ଉପସ୍ଥିତ ରହି ଗୁରୁତର ଆହାତ ମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ମିଳି ସେଥିପାଇଁ ସହଯୋଗ କରିଥିଲେ, ପରେ ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ପୋଲିସ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲ ପଠାଯାଇଛି | ସୂଚନା ଗୁରୁତର ଆହାତ ମାନେ ଖଲ୍ଲିକୋଟ ଚିକିଲି ରୁ ବାଇକ ଯୋଗେ ଆସୁଥିଲେ | ରମ୍ଭା ପୋଲିସ ଘଟଣା ଜାରି ରଖିଛନ୍ତି |

ad-week
Leave A Reply

Your email address will not be published.