ପୁନଃ ନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ ନର୍ସିଂ (ଜିଏନଏମ ଓ ଏଏନଏମ) କର୍ମଚାରୀଙ୍କ ଛଟେଇ ସମ୍ବନ୍ଧରେ ବିଚାର କରି ପୁନଃନିଯୁକ୍ତି ଦେବାପାଇଁ ଓଡ଼ିଶା ଆଉଟସୋର୍ସିଂ ନର୍ସିଂ କର୍ମଚାରୀ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦାବି ହୋଇଛି। ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଭେଟି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା, ୭ ଦିନ ଭିତରେ ସେମାନଙ୍କ ଦାବୀ ଗୁଡିକ ପୂରଣ ନ ହେଲେ ବଡ଼ ଧରଣ ରେ ଆନ୍ଦୋଳନ କରାଯିବା ନିମନ୍ତେ ଦେଲେ ଚେତବାନୀ, ସେମାନେ କହିବା ଅନୁସାରେ ଆସନ୍ତା ମାସକ ପାଇଁ ହିଁ ନିଯୁକ୍ତି ଦିଆଯିବ ଏବଂ ତା’ପରେ ଛଟେଇ କରି ଦିଆଯିବ ଏବଂ ଆମ ସ୍ଥାନରେ ନିୟମିତ ଭାବେ ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ ବୋଲି ନିଯୁକ୍ତିଦାତା ଏଜେନ୍ସୀ ଠାରୁ ଏମାନଙ୍କୁ ସୂଚନା ମିଳିଛି। ଏହାକୁ ସଂଘ ପକ୍ଷରୁ ବିରୋଧ ହୋଇଛି।

ସମାନ କାମକୁ ସମାନ ଦରମା ପ୍ରଦାନ କରିବା, ଛଟେଇ ନିର୍ଦ୍ଦେଶନାମାକୁ ବାତିଲ କରି ସମସ୍ତ ଛଟେଇ ଜିଏନଏମ ଓ ଏଏନଏମ କର୍ମଚାରୀଙ୍କୁ ପୁନଃଅବସ୍ଥାପିତ କରାଯିବା ପାଇଁ ଏଜେନ୍ସିର ଟେଣ୍ଡରକୁ ଦୀର୍ଘମିଆଦୀ କରିବା, ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରିବାର ବରିଷ୍ଠତା ଓ ଅଭିଜ୍ଞତାକୁ ଅଗ୍ରାଧିକାର ଦେଇ ଚୟନ କରିବା, ଡିଏମଏଫ ପାଣ୍ଠିର ଅଭାବ ଦର୍ଶାଲ ଛଟେଇ କରିବା ବଦଳରେ ସ୍ବାସ୍ଥ୍ୟ ବିଭାଗର ଅର୍ଥରେ ଖାଲି ଥିବା ପଦବୀରେ ନିଯୁକ୍ତି, ସରକାରଙ୍କ ଦାରା ଘୋଷିତ ୫ ବର୍ଷର ଅଭିଜ୍ଞତା ଭିତିକ ଦରମା ବୃଦ୍ଧି, ମାତୃଳାଳୀନ ଛୁଟି ଓ ବାର୍ଷିକ ୧୨ଟା ଛୁଟିକୁ ମଞ୍ଜୁର କରିବା, ଏଜେନ୍ସି ଦ୍ବାରା ଇପିଏଫ ଇଏସଆଇ ବାବଦ ସମସ୍ତ ଅର୍ଥର ପଇଠ ସହ ମାସର ପ୍ରଥମ ସପ୍ତାହ ସୁଦ୍ଧା ଦରମା ପ୍ରଦାନ କରାଯିବାର ବ୍ୟବସ୍ଥା କରିବା ନିମନ୍ତେ ସଂଘ ପକ୍ଷରୁ ଉକ୍ତ ସ୍ମାରକ ପତ୍ର ଦର୍ଶାଯାଇଛି, ଏହି ସ୍ମାରକ ପତ୍ର ପ୍ରଦାନ ବେଳେ

ad-week
Leave A Reply

Your email address will not be published.