ମାଛ ଧରିବାକୁ ଯାଇ ଫସିଲେ ଵ୍ୟକ୍ତି, ଗଛ କୋରଡରେ ବିତିଲା ୨୦ ଘଣ୍ଟା, ଭରାନଈରୁ ଉଦ୍ଧାର

add-all

ମାଲକାନଗିରି : ଗତକାଲି ପୋଟେରୁ ନଦୀ ମାଛ ଧରିବା ପାଇଁ ଯାଇଥିବା ବେଳେ ନଦୀରେ ଅତ୍ୟଧିକ ଜଳପ୍ରବାହ ଓ ଲଗାଣ ବର୍ଷା ଯୋଗୁଁ ଫେରିନପାରି ନଇରେ ଫସିଗଲେ ବୃଦ୍ଧା। ତେବେ ପ୍ରାୟ ୨୦ ଘଣ୍ଟା ପରେ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୁଚନା ମୁତାବକ ଗତକାଲି ସକାଳ ସମୟରେ ଗିରିକାନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମୁରୁବାନପଲ୍ଲୀ ଗ୍ରାମର ଇର୍ମା ମାଡକାମି ନାମକ ଜଣେ ବ୍ୟକ୍ତି ପୋଟେରୁ ନଦୀ କୂଳରେ ଥିବା ନିଜର ମାଛ ଧରା ଡଙ୍ଗା ଆଣିବାକୁ ଯାଇଥିଲେ। ଚାଷ ଜମି ନିକଟରୁ ପ୍ରାୟ ଏକ ଶହ ମିଟର ଦୂରରେ ରହିଥିବା ଏହି ଡଙ୍ଗା କୁ ଆଣିବାକୁ ଯିବା ବେଳେ ଜଳସ୍ତର ଅପେକ୍ଷା କୃତ ଧୀର ଥିବା ବେଳେ ଡଙ୍ଗା ଟିକୁ ନେଇ ଫେରିବା ବେଳେ ସ୍ରୋତର ଗତି କ୍ଷିପ୍ର ହୋଇଯିବାରୁ ଆଉ ଫେରି ପାରି ନଥିଲେ। ଯାହାଫଳରେ ସମୟକ୍ରମେ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଡଙ୍ଗା କୁ ଛାଡି ବ୍ୟକ୍ତି ଜଣକ ଏକ ବିଜା ଗଛର ଦୁଇ ଡାଳ କୋରଡରେ ରହିଥିଲେ।

ଏହାପରେ ସ୍ଥାନୀୟ ଲୋକେ ପଡିଆ ଅଗ୍ନିଶମ, ବ୍ଲକ ପୋଲିସ ପ୍ରଶାସନକୁ ଜଣାଇ ଥିଲେ। ତେବେ ସେହି ସମୟରେ ବ୍ଲକ ସଦର ମହକୁମାରୁ ବିଭିନ୍ନ ସ୍ଥାନକୁ ଯାତାୟତ ହୋଇପାରୁ ନଥିବାରୁ ରାତ୍ରି ପ୍ରାୟ ୯ ଟା ବେଳେ ପଡିଆ ବିଡିଓଙ୍କ ନିର୍ଦ୍ଦେଶକ୍ରମେ ଗିରିକାନପଲ୍ଲୀ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏନ୍ ରୁଷି ରାଓ, ବିଭିନ୍ନ ପ୍ରଶାସନିକ ଅଧିକାରୀ, ପଡିଆ ଥାନା ଏସଆଇ ନିରୋଦ କୁମାର ବାଘ ଓ ଏଏସଆଇ ସଦାଶିବ ପୂଜାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ପାଣି ଘେରରେ ରହିଥିବା ଇର୍ମାଙ୍କୁ ଚିହ୍ନଟ କରିଥିଲେ। ଏହାପରେ ରାତ୍ରି ୧୧ ଟା ରୁ ପଡିଆ ଅଗ୍ନିଶମ ଅଧିକାରୀ ଅଗାଡ଼ି ଗଣେଶ ପାତ୍ର, ନିରଞ୍ଜନ ପାଇକରାୟ, ସୁଶାନ୍ତ କୁମାର ସାହୁ ସମେତ ୫ ସିପାହୀ ଓ କୋରାପୁଟରୁ ଆସିଥିବା ଓଡ୍ରାଫ ଟିମର ମିଳିତ ସହଯୋଗରେ ଦୀର୍ଘ ୬ ଘଣ୍ଟାର କସରତ ପରେ କ୍ଷିପ୍ର ଜଳ ମଧ୍ୟରୁ ଇର୍ମା ଙ୍କୁ ଉଦ୍ଧାର କରାଯଇଥିଲା। ଏହାପରେ ଆଜି ସକାଳ ପ୍ରାୟ ୬ ଟା ବେଳେ ଇର୍ମାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ସୁସ୍ଥ ଅବସ୍ଥାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିଲା। ଅନ୍ୟପଟେ ବନ୍ୟା ସ୍ଥିତିରେ ପୋଟେରୁ ନଦୀର କ୍ଷିପ୍ର ଜଳ ସ୍ରୋତ ମଧ୍ୟରୁ ଜୀବନ କୁ ବାଜି ଲଗାଇ ଇର୍ମାର ର ଜୀବନ ଉଦ୍ଧାର ଲାଗି ପରିବାର, ସମ୍ପର୍କିୟ ସମେତ ସ୍ଥାନୀୟ ସରପଞ୍ଚ ଓ ବୁଦ୍ଧିଜୀବୀ ପ୍ରଶାସନର ସହଯୋଗରେ ଅଗ୍ନିଶମ, ଓଡ୍ରାଫ ଓ ପୋଲିସ ବିଭାଗର ଏଭଳି ଦୁଃସାହସିକ କାର୍ଯ୍ୟ ଲାଗି କୃତଜ୍ଞତା ଜଣାଇଛନ୍ତି।

ad-week
Leave A Reply

Your email address will not be published.