ଚାଲିଥିଲା ୧୦ ତାଲା ବିଲ୍ଡିଂର ସେଣ୍ଟ୍ରିଂ; ଭାଙ୍ଗିଗଲା କ୍ରେନ୍

add-all

ଭୁବନେଶ୍ବର : ସେଣ୍ଟ୍ରିଂ ବେଳେ ଭାଙ୍ଗିଗଲା କ୍ରେନ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ସେଠାରେ କାମ କରୁଥିବା ଶ୍ରମିକ। ଭୁବନେଶ୍ୱର ୟୁନିଟ୍-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର ଛାତ ପଡ଼ିବା ପାଇଁ ସେଣ୍ଟ୍ରିଂ କାମ ଚାଲିଥିଲା। ଏହି ସମୟରେ କ୍ରେନଟି ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ ଜଣେ ଶ୍ରମିକ ଆହତ ହୋଇଥିଲେ। କ୍ରେନ ଭୁଶୁଡ଼ିବା ସମୟରେ ତଳେ ୧୪ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ। ହେଲେ ସୌଭାଗ୍ୟ ବଃଶତ ଏହି ଶ୍ରମିକଙ୍କର କିଛି ହୋଇନାହିଁ। ତେବେ କିପରି ଏତେ ବଡ଼ ଅଘଟଣ ଘଟିଲା ସେନେଇ କାରଣ ଅସ୍ପଷ୍ଟ ରହିଛି।
ଘଟଣା ସଂପର୍କରେ ନିର୍ମାଣ କମ୍ପାନୀର ଅଧିକାରୀ କହିଛନ୍ତି ଯେ, କ୍ରେନ ଭୁଶୁଡିବା ବେଳେ ତଳେ କୌଣସି ଶ୍ରମିକ କାମ କରୁନଥିଲେ। ନିର୍ମାଣ ବେଳେସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ad-week
Leave A Reply

Your email address will not be published.