ଅଯୋଗ୍ୟଙ୍କଠୁ ସୁଭଦ୍ରା ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼

add-all

ଭଦ୍ରକ : ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ସୁଭଦ୍ରା ଫର୍ମ ଫେରାଇ ଆଣିବାରୁ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବ୍ରହ୍ମଟିକିରି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଘଟଣା ଘଟିଛି। ଏନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ ବାଂଶଡ଼ା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୋଗ ଅନୁସାରେ, ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖାଙ୍କ ଅନୁପସ୍ଥିତିରେ ହେଲପରଙ୍କ ଜରିଆରେ ଜଣେ ହିତାଧିକାରୀ ସୁଭଦ୍ରା ଫର୍ମ ନେଇଥିଲେ। ପରେ ଦିପ୍ତିରେଖା ଆସି ହିତାଧିକାରୀଙ୍କ ଆଧାରକାର୍ଡ ଯାଞ୍ଚ କରିବାରୁ ତାଙ୍କର ୨୧ ବର୍ଷ ହୋଇନଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ଦିପ୍ତିରେଖା ତାଙ୍କୁ ଫର୍ମଟି ଫେରାଇ ଦେବା ପାଇଁ କହିଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ଅଙ୍ଗନବାଡ଼ି କେନ୍ଦ୍ରରେ ପଶି କିଛି ଲୋକ ଭଙ୍ଗାରୁଜା କରିବା ସହ ଦିପ୍ତିରେଖାଙ୍କୁ ମାଡ଼ ମାରିଥିଲେ। ଏନେଇ ଦିପ୍ତିରେଖା ବାଶଂଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାଯାଇଛି। ୩ ଜଣଙ୍କୁ ଖୁବୁଶୀଘ୍ର ଗିରଫ କରାଯିବ ବୋଲି ବାଂଶଡ଼ା ଥାନା OIC ଦେବରାଜ ଜେନା କହିଛନ୍ତି। ୩ଦିନ ତଳେ ଏହି ଘଟଣା ଘଟିଥିବା ଜଣାଯାଇଛି।
ଅଭିଯୋଗକାରୀ ଅଙ୍ଗନବାଡ଼ି କର୍ମୀ ଦିପ୍ତିରେଖା ବଳ କହିଛନ୍ତି, ସେ ଅଯୋଗ୍ୟ ହୋଇଥିବାରୁ ଫର୍ମ ଫେରାଇ ଦେବାକୁ କହିଥିଲି। ହେଲେ ସେମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଥିଲେ ଓ ମୋତେ ମାଡ଼ ମାରିଥିଲେ।

ad-week
Leave A Reply

Your email address will not be published.