ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧାହେଲେ ସିମେଣ୍ଟ କଂପାନୀ ଅଧିକାରୀ

add-all

ବରଗଡ : ବରଗଡ଼ ଜିଲ୍ଲାପାଳଙ୍କୁ ମିଠା ପ୍ୟାକେଟ୍‌ରେ ଟଙ୍କା ଦେଇ ବନ୍ଧା ହେଲେ ଛତିଶଗଡ଼ର ଏକ ସିମେଣ୍ଟ କମ୍ପାନୀର ସିଏମ୍‌ଓ ରାମଭବ୍‌ ଗଟ୍ଟୁ। ସରକାରୀ କର୍ମଚାରୀଙ୍କୁ ପ୍ରରୋଚିତ ଉଦ୍ୟମ ପାଇଁ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ରାମଭବ୍‌ ଗଟ୍ଟୁ ଜିଲ୍ଲାପାଳଙ୍କ ଅଫିସକୁ ଆସି ଫୁଲ ତୋଡ଼ା ସହ ମିଠା ପ୍ୟାକେଟ୍‌ ଦେଇଥିଲେ। ମିଠା ପ୍ୟାକେଟକୁ ଦେଖି ଜିଲ୍ଲାପାଳଙ୍କର ସନ୍ଦେହ ହେବାରୁ ପିଅନକୁ ଡାକି ଖୋଲିବାକୁ କହିଥିଲେ।
ପିଅନ ମିଠା ପ୍ୟାକେଟ ଖୋଲିବା ପରେ ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମିଠା ପ୍ୟାକେଟରେ ୪ଟି ୫ଶହ ଟଙ୍କିଆ ନୋଟ୍‌ ବଣ୍ଡଲ ଥିଲା। ସେଥିରେ ୨ ଲକ୍ଷ ଟଙ୍କା ଥିଲା। ମିଠା ପ୍ୟାକେଟରେ ଟଙ୍କା ଦେଖିବା ପରେ ଜିଲ୍ଲାପାଳ ତୁରନ୍ତ ଭିଜିଲାନ୍ସକୁ ଖବର ଦେଇଥିଲେ।

ad-week
Leave A Reply

Your email address will not be published.