ଚିକିଟୀ ପ୍ରେସ କ୍ଲବର ୩୧ତମ ସାଧାରଣ ବୈଠକ

add-all

ଚିକିଟୀ : ଏହି ବ୍ଲକ ଚିକିଟୀ ପେଣ୍ଠ ତୈଳିକ ସମାଜ କୋଠଘର ନିକଟରେ ବୁଧବାର ଅପରାହ୍ନ ରେ ଚିକିଟୀ ପ୍ରେସ କ୍ଲବ ର ୩୧ ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସଙ୍ଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ତ୍ରିପତି ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ। କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା,ସମ୍ମାନ ଓ ପେନସନ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ନୂତନ ଭାବେ ଗଠନ ହୋଇଥିବା ଆଲ ଓଡିଶା ରିପୋର୍ଟର୍ସ ଆସୋସିଏସନ ରେ ଯୋଡି ହୋଇ ସଦସ୍ୟତା ଗ୍ରହଣ କରିବା ଲାଗି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ବୈଠକ ରେ ଉପ ସଭାପତି ଈଶ୍ୱର ମହାରଣା, ଗୀତାଞ୍ଜଳି ପଟ୍ଟନାୟକ, ଅକ୍ଷୟ କୁମାର ସାହୁ, କୃଷ୍ଣଚନ୍ଦ୍ର ସାହୁ, ଗଦାଧର ଶୁକ୍ଲା, ଆଳୁ ଜୟ ପ୍ରକାଶ, ଅରୁଣ କୁମାର ସାହୁ, ନୀଳାଦ୍ରି ବିହାରୀ ନାୟକ,ସନ୍ତୋଷ କୁମାର ମହାପାତ୍ର,ହରିଶ୍ଚନ୍ଦ୍ର ସେଠୀ, ରବି ବାଡତ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। ଉପ ସଭାପତି ଶ୍ରୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.