ଛତ୍ରପୁର ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

add-all

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ଛତ୍ରପୁର ସିଭିଲ କୋର୍ଟ ପରିସରରେ ଆସନ୍ତା ୧୪ ତାରିଖ ଦିନ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ବ୍ୟାପକ ପ୍ରଚାର ଓ ପ୍ରସାର କରିବା ସହିତ ଲୋକଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ମନୋରଞ୍ଜନ ଦାସ,ଏଜଡିଜେଏମ ପ୍ରୀତିଶ କୁମାର ରଥ, ସିନିୟର ସିଭିଲ ଜଜ ପୁଜା ଦେ, ଜେଏମଏଫସି ସ୍ୱାଗତିକା ସ୍ୱାଇଁ, ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜିବୀ ବ୍ରଜ ମୋହନ ଆଚାର୍ଯ୍ୟ , ଗିରିଶ କୁମାର ଶତପଥୀ ଏବଂ କୋର୍ଟର ବହୁ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଯଦି କାହାର କୌଣସି ମକଦ୍ଦମା ଦୀର୍ଘ ଦିନ ଧରି କୋର୍ଟରେ ବିଚରାଧିନ ଅଛି କିମ୍ବା କାହା ସହ ବିବାଦ ଲାଗି ରହିଛି ତାର ଆପୋଷ ଓ ସହଜ ସମାଧାନ ପାଇଁ ଏହି ଅଦାଲତର ସାହାର୍ଯ୍ୟ ନେବା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣର ସମାଧାନ ଆଦି ନେଇ ବିଭିନ୍ନ ସ୍ଥାନକୁ ବୁଲି ଲୋକଙ୍କୁ ସଚେତନ କରାଯାଉଛି ।

ad-week
Leave A Reply

Your email address will not be published.