କାରରୁ ସାଢେ ୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

add-all

ବଡ଼ମ୍ବା : ଚୋରା ଚାଲାଣବେଳେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହିତ ଏକ ଇନୋଭା କାରକୁ ବଡ଼ମ୍ବା ପୁଲିସ ଜବତ କରିଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇ ୧୫୨ କେଜିର ହୋଇଥିବାବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ସାଢେ ୭ଲକ୍ଷ ଟଙ୍କା ହେବ ବୋଲି ବଡ଼ମ୍ବା ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ବଡ଼ମ୍ବା ପୁଲିସର ଏକ ଦଳ ନିୟମିତ ପଇଁତରା ମାରୁଥିବାବେଳେ ଆଇଆଇସି ଭଦ୍ରା ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ବଦୈଶ୍ୱର ପଟୁ ସିଂହନାଥ ଟି ବ୍ରିଜ ହୋଇ ଏକ ଇନୋଭା କାର ଯୋଗେ ବିପୁଳ ପରିମାଣର ଚୋରା ଗଞ୍ଜେଇ ଆସୁଛି ।
ଆଇଆଇସି ଶ୍ରୀ ଭଦ୍ରା ସଙ୍ଗେ ସଙ୍ଗେ ସନ୍ଦିଗ୍ଧ ଗାଡ଼ିକୁ କାବୁ କରିବାକୁ ପଇଁତରା ଦଳକୁ ନିର୍ଦ୍ଦେଶ ଦେଇଥିଲେ । ବଡ଼ମ୍ବା ଥାନା ପୁଲିସ ଉପ ନିରୀକ୍ଷକ(ଏସଆଇ) ବିଶ୍ୱବନ୍ଦିତା ସାହୁ ଏବଂ ସହକାରୀ ଉପ ନୀରିକ୍ଷକ ଗଙ୍ଗାଧର କଅଁର କଡ଼ା କସରତ ପରେ ଦ୍ରୁତ ଗତିରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ସନ୍ଦିଗ୍ଧ କାରକୁ ଜବତ କରିବାକୁ ସକ୍ଷମ ହୋଇଥିଲେ । ଗିରଫ ଦୁଇ ଅଭିଯୁକ୍ତ ଆଠଗଡ଼ର ହୋଇଥିବାବେଳେ ଗଞ୍ଜେଇ ତିଗିରିଆ ଥାନା ନୂଆପାଟଣା ଅଞ୍ଚଳକୁ ଚାଲାଣ କରାଯିବାକୁ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଏହି ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।

ad-week
Leave A Reply

Your email address will not be published.