ଆଦର୍ଶ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷା ଇତିଶ୍ରୀ ସାହୁଙ୍କ ଯୋଗଦାନ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକରେ ଥିବା ଦଣ୍ଡପଦର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଅଧ୍ୟକ୍ଷ ପଦ ଖାଲି ପଡିଥିଲା l ଯାହା ଫଳରେ ବିଦ୍ୟାଳୟରେ ଅଧ୍ୟୟନ ସହ ଅନ୍ୟାନ୍ୟ କାର୍ଯ୍ୟରେ ବହୁ ବାଧା ଉପୁଜୁଥିବା ଦେଖିବାକୁ ମିଳୁଥିଲା l ବର୍ତ୍ତମାନ ନୂତନ ଅଧ୍ୟକ୍ଷା ଇତିଶ୍ରୀ ସାହୁଙ୍କ ଯୋଗଦାନ ପରେ ସେ ସବୁ ସମାଧାନ ହୋଇପାରିବ ବୋଲି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଅଭିଭାବକ ଆଶା ବାନ୍ଧି ରଖିଛନ୍ତି l l ସୂଚନାଯୋଗ୍ୟ ଯେ, ଏହି ବିଦ୍ୟାଳୟ ରେ ୨୦୨୨ ମସିହା ଜୁଲାଇ ମାସ ୧୯ ତାରିଖରୁ ଅଦ୍ୟାବଧି ସୁଦ୍ଧା ବିଦ୍ୟାଳୟର ସହକାରୀ ଶିକ୍ଷକ ଜିତେନ୍ଦ୍ର ମହାପାତ୍ର ଅସ୍ଥାୟୀ ଭାବେ ଅଧ୍ୟକ୍ଷ ପଦ ତୁଲାଇ ଆସୁଥିଲେ, ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷା ଭାବେ ଇତିଶ୍ରୀ ସାହୁ ଶ୍ରୀ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ନୂତନ ଅଧ୍ୟକ୍ଷା ଇତିଶ୍ରୀ ସାହୁ ୨୦୧୮ ମସିହା ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ପ୍ରିୟପାତ୍ର ହୋଇପାରିଥିଲେ l ଏଠାରେ ସେ ଅଧ୍ୟକ୍ଷା ପଦରେ ଯୋଗଦାନ ପରେ ବିଦ୍ୟାଳୟ ର ସମସ୍ତ ପ୍ରକାର ସୁବିଧା, ଅସୁବିଧା, ଶିକ୍ଷାଦାନ ସହ ବିଭିନ୍ନ ବିଷୟରେ ଦୃଷ୍ଟି ଦେବା ପାଇଁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l

ad-week
Leave A Reply

Your email address will not be published.