ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ସାକ୍ଷରତା ସପ୍ତାହ ଦିବସ ପାଳିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମସ୍ତ ୧୭ଟି ପଞ୍ଚାୟତର ଶିକ୍ଷା ସେବକ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷା ସମ୍ବଳ ଶିକ୍ଷକ ଏବଂ ପ୍ରୋଢ଼ଶିକ୍ଷାର ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ନେଇ ସୁନ୍ଦର ସଚେତନ କର୍ମଶାଳାଟିଏ ଆୟୋଜନ କରିଥିଲେ ଏହାର ନୋଡାଲ ଅଫିସର ତଥା ଏବିଇଓ ସୀମାଞ୍ଚଳ ପଣ୍ଡା। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ ପଣ୍ଡା , ସମ୍ମାନିତ ଅତିଥି ଭାବେ ବି ଆର ସି ସି ନିଗମାନନ୍ଦ ପଣ୍ଡା ଏବଂ ସାକ୍ଷରତା ମିଶନ ତଥା ଏଫଏଲଏନର ଦୁଇ ସମ୍ବଳ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା ଏବଂ ନରେନ୍ଦ୍ର କୁମାର ସାହୁ ନିଜର ମତାମତ ରଖି ଶିବିରକୁ ରୁଦ୍ଧିମନ୍ତ କରିଥିଲେ। ଅଧାରୁ ପାଠ ଛାଡିଥିବା ଏବଂ ଇଚ୍ଛା ଥିଲେ ବି କୌଣସି ନା କୌଣସି ଜଞ୍ଜାଳ ଭିତର ଛନ୍ଦିରହି ବିଦ୍ୟାଳୟ ଠାରୁ ଦୂରେଇ ଯାଇଥିବା ପ୍ରୌଢମାନଙ୍କୁ ସାକ୍ଷରତାକରିବା ସହ ଡିଜିଟାଲ ସାକ୍ଷରତା, ଦୈନଦିନ କାର୍ଯ୍ୟ ପରିସରରେ ଆସୁଥିବା ମୌଳିକ ଭାଷା ଓ ଗଣିତ ଜ୍ଞାନର ଶିକ୍ଷା, ଧନ୍ଦା ମୂଳକ ଶିକ୍ଷା ଉପରେ ଗୁରତ୍ୱ ଦେଇ ଭାରତ ସରକାର ଯେଉଁ ଶୈକ୍ଷିକ ଅଭିଯାନ ଆରମ୍ଭ କରିଛନ୍ତି ସେଥିରେ ସାମିଲ ହେବାକୁ ଏବଂ ତାକୁ ଫଳପ୍ରଦ କରିବାପାଇଁ ସଭିଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଣ୍ଡା। ସାଧାରଣ ଶିବିର ପରିଚାଳନା ପରେ ସଭିଏଁ ହାତରେ ପ୍ଲା କାର୍ଡ ଧରି ସାକ୍ଷରତା ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ, ଯାହାକୁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

ad-week
Leave A Reply

Your email address will not be published.