ଗାଧୋଇବା ବେଳେ ନଦୀରେ ବୁଡିଗଲେ ବୃଦ୍ଧା

add-all

କଟକ : କଟକ ଜିଲା ଖାନନଗର ଜଗନ୍ନାଥ ମନ୍ଦିର ନିକଟ କାଠଯୋଡି ନଦୀରେ ବୁଡିଗଲେ ବୃଦ୍ଧା। ଗାଧୋଇବା ବେଳେ ବୃଦ୍ଧା ବୁଡିଯିବାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ବୃଦ୍ଧା ଜଣକ ହେଲେ ଝାଞ୍ଜିରମଙ୍ଗଳା ଲୁଣିଆସାହିର। ସୂଚନା ଅନୁସାରେ ଶନିବାର ସକାଳେ ବୃଦ୍ଧା ଜଣଙ୍କ ଖାନନଗର ଜଗନ୍ନାଥ ମନ୍ଦିର ନିକଟ ଦେଇ ଯାଇଥିବା କାଠଯୋଡି ନଦୀରେ ଗାଧୋଇବା ବେଳେ ଅସାବଧାନତା କାରଣରୁ ଗୋଡ ଖସି ଯାଇଥିବାରୁ ଏହି ଅଘଟଣ ଘଟିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଖୋଜାଖୋଜି କରୁଛନ୍ତି।

ad-week
Leave A Reply

Your email address will not be published.