ଦୁର୍ଘଟଣା ପରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

add-all

ଢେଙ୍କାନାଳ: ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଷାପାଟ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ ଯୁବକଙ୍କ ନିକଟ ସମ୍ପର୍କୀୟ ପରିବାରକୁ କ୍ଷତିପୂରଣ ଏବଂ ଗୁରୁତର ହୋଇଥିବା ଯୁବକଙ୍କୁ ଆର୍ଥିକ ସହାୟତା ସହ ମାଗଣା ଚିକିତ୍ସା ଦାବିରେ ମହିଷାପାଟ ବାଇପାସ ନିକଟରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।
ଭୁବନେଶ୍ବର ଫେରୁଥିବାବେଳେ ମନ୍ତ୍ରୀ ରବି ନାଏକଙ୍କୁ ଲୋକେ ଘେରିଥିଲେ। ମନ୍ତ୍ରୀ ଶ୍ରୀ ନାଏକ ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଖବର ପାଇ ଜିଲା ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲା ପ୍ରଶାସନ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା।

ad-week
Leave A Reply

Your email address will not be published.