ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ…

add-all


ଚିକିଟୀ— ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୁରୁବାର ଦିନ ଅଧ୍ୟକ୍ଷା ଦୀପା କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଆଗାମୀ ସତର ତାରିଖ ଠାରୁ ସମଗ୍ର ଚିକିଟୀରେ ସମୂହ ସଫାଇ, ପୁଷ୍କରିଣୀ, ନାଳ ନର୍ଦମା, ସମୂହ ଅଞ୍ଚଳ,ଜନଗହଳି, ନଦୀ, ସାମୁହିକ ଜାଗା ଆଦି ପରିଷ୍କାର ରଖିବା ସହ ବିଭିନ୍ନ ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ କରାଇବା ସହ ସ୍ୱଚ୍ଛତା ରାଲିର ମଧ୍ୟ ଆୟୋଜନ କରାଯିବl ଏହି କାର୍ଯ୍ୟକ୍ରମ ଆଗାମୀ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲୁ ରହି ଜନ ସଚେତନା କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର ପ୍ରକାଶ କରିଥିଲେl ଏହି କାର୍ଯ୍ୟକ୍ରମ କୁ ଆଗେଇବା ସକାଶେ ଉପାଧକ୍ଷ ହର ପ୍ରସାଦ ଚୌଧୁରୀ ଙ୍କ ସମେତ ସମସ୍ତ କାଉନସିଲର ଓ ଅଫିସ କର୍ମଚାରୀ ମାନେ ମଧ୍ୟ ଯୋଗଦାନ କରି ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.