ନବରଙ୍ଗପୁର ଜିଲ୍ଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି…

add-all


ନବରଙ୍ଗପୁର : ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଝରିଗୁମ୍ମା ଗ୍ରାମରେ ଗତ କିଛି ଦିନ ହେଲା ବ୍ୟାପିଛି ଝାଡାବାନ୍ତି। ଦୁଇଦିନରେ ତେନ୍ତୁଳି ଖୁଣ୍ଟି ଡାକ୍ତରଖାନାରେ ପାଞ୍ଚ ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଝରିଗୁମ୍ମା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । ପାଣି ନମୁନା ସଂଗ୍ରହ କରିବା ସହ ଗ୍ରାମରେ ସଚେତନତା କରାଯାଉଛି। ଝରିଗୁମ୍ମା ଗ୍ରାମର ରାମ ମାଝି, ସହଦେବ ଦଳେଇ , କମୁଳି ଅମାନାତ୍ୟ, କୁମାରୀ , ଏବଂ ସୁମିତ୍ରା ଜାନି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଇନ୍ଦ୍ରାବତୀର ଚନ୍ଦ୍ର ଗୌଡ଼ ମଧ୍ଯ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି | ସମସ୍ତ ଆକ୍ରାନ୍ତ ତେନ୍ତୁଳି ଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି,ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାଭାବିକ ଥିବା ଡାକ୍ତରଖାନା ସୂତ୍ର ରୁ ସୂଚନା ମିଳିଛି। ତେନ୍ତୁଳିଖୁଣ୍ଟି ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଟିମ୍ ଝରିଗୁମ୍ମା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି। ସେହିପରି ଗ୍ରାମରେ ସ୍ବଚ୍ଛତା ସମ୍ପର୍କରେ ସଚେତନତା କରିବା ସହ ପାଣି ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରାଯାଉଛି । ନିଜ ପରିବେଶ ସଫା ରଖିବା ସହ ବାସି ଖାଦ୍ୟ ଖାଇବାରୁ ନିବୃତ ରହିବା ଏବଂ ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ହାତ ଧୋଇ ଖାଇବାକୁ ପରାମର୍ଶ ଦିଆଯାଉଛି ।ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଜଣେ ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଡାକ୍ତରୀ ଟିମ ଗାଁ ରେ ରହି ସ୍ଥିତି ଅନୁଧ୍ୟାନ କରୁଥିବା ପ୍ରକାଶ।

ad-week
Leave A Reply

Your email address will not be published.