ବ୍ରହ୍ମପୁର ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ

add-all

ବ୍ରହ୍ମପୁର : ୧୬୩ ବର୍ଷର ପୁରୁଣା ତଥା ରାଜ୍ୟର ପ୍ରଥମ ରେଳ ଷ୍ଟେସନ ଓ ଜାତୀୟ ରେଳ ଷ୍ଟେସନ ଗ୍ରେଡ୍ -୨ କୁ ମାନ୍ୟତା ପାଇଥିବା ଏବଂ ମିଳିତ କ୍ରିୟାନୁଷ୍ଠାନ ୭ ଗୋଟି ଦାବି ପୂରଣ କରିବା ଦାବିରେ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଆୟୋଜିତ ହୋଇଥିଲା।ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ଅନୁଷ୍ଠାନ ର ସଦସ୍ୟ ମାନେ ଉକ୍ତ ଆନ୍ଦୋଳନ କୁ ସମର୍ଥନ କରିଥିଲେ। ଯାହା ଫଳରେ ଏକ ବୃହତ ଆନ୍ଦୋଳନ ଗଢି ଉଠିଥିଲା । ତେବେ ଆସନ୍ତା କାଲି ବ୍ରହ୍ମପୁର ଠାରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସରେ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର ରେ ଉକ୍ତ ଉଦଘାଟନୀ ସଭାରେ ଯୋଗଦେବେ।ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନ କୁ ସ୍ଥଗିତ ରଖିବା ପାଇଁ ବ୍ରହ୍ମପୁର ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳ କମିଟିକୁ ଅନୁରୋଧ କରିଥିଲେ।ବ୍ରହ୍ମପୁର ର ସମସ୍ତ ଦାବିକୁ ଦିଲ୍ଲୀ ଦରବାରରେ ପହଞ୍ଚାଇବା ସହିତ ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସାଂସଦ କହିଥିଲେ।ଖୁବଶୀଘ୍ର ଦାବି ପୂରଣ କରାଯିବ ବୋଲି କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ଧାରଣା କୁ କମିଟି ତରଫରୁ ସ୍ଥିଗିତ ରଖାଯାଇଛି।ଏହି ଅବସରରେ ଅବସରପ୍ରାପ୍ତ ଆବାହକ ସରୋଜ ରଞ୍ଜନ ପଟ୍ଟନାୟକ, ପ୍ରଶାସକ ଡଃ. ବାଳକୃଷ୍ଣ ପଣ୍ଡା, ରବୀନ୍ଦ୍ର କୁମାର ମିଶ୍ର, ଲୋକନାଥ ପରିଡ଼ା, , ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ର ରାଜେନ୍ଦ୍ର ପଣ୍ଡା,ଆଇନଜୀବି ଡଃ. ଶିବ ପ୍ରସାଦ ମିଶ୍ର, ପ୍ରଗତିଶୀଳ ଉତ୍କଳ ସମାଜର ସୂର୍ଯ୍ୟନାରାୟଣ ବେହେରା, ଡି. କେଶବ ରାଓ, ମହେଶ୍ୱର ବାଡତ୍ୟା, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଫୋରମ୍ ଫର୍ ଗଞ୍ଜାମ ଇ. ଟି. ରାଓ, , ପୂର୍ବତନ ବ୍ଲକ ଚେୟାରମେନ ଓ ଆଇନଜୀବୀ ଏନ୍ . ଭିମାରଜୁ ରେଡ୍ଡୀ, ନାଗରିକ ସାମ୍ମୁଖ୍ୟ ର ବାସୁଦେବ ସାହୁକାର, ଫୋରମ୍ ଫର୍ ଗଞ୍ଜାମ ର ସୁଧୀର ରାଉତ, ଓଡ଼ିଶା ବିକାଶ ପରିଷଦର ପ୍ରିତିଶ ପାଣିଗ୍ରାହୀ,ଏସ ୟୁ ସି ଆଇ ର ସୋମନାଥ ବେହେରା, ପପୁନ ସାହୁ ଗଞ୍ଜାମ ଟ୍ରକ ମାଲିକ ସଂଘର ନିରଞ୍ଜନ ଜେନା ଙ୍କ ସମେତ ବହୁ ସଙ୍ଘଠନ ର ସଦସ୍ୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.