ଜିଲ୍ଲାରେ ସୁଭଦ୍ରା ଯୋଜନାକୁ ବ୍ୟାପକ ସଚେତନତା କରିବା ପାଇଁ ପଦଯାତ୍ରା ଅନୁଷ୍ଠିତ…

add-all

ମାଲକାନଗିରି, ୧୫/୯/୨୪:ଆଜି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ତେରେସ୍କଭା ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ମିଶନ ଶକ୍ତି ଡିପିଏମ୍, ନିରଞ୍ଜନ ତାଙ୍ଗାରଙ୍ଗା, ଡିପିମ୍, ଓଏଲ୍ଏମ୍, ପବିତ୍ର ମୋହନ ବାରା ଓ ଏପିଡି, ବାଲାଜୀ ପଟ୍ଟନାୟକ ଉପସ୍ଥିତ ଥିଲେ। ପଦଯାତ୍ରା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା। ପ୍ରାୟ ୫୦୦ ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ ସୁଭଦ୍ରା ସଚେତନତା ସ୍ଲୋଗାନ ଦେଇଥିବା ବେଳେ ସାଥିରେ ସୁଭଦ୍ରା ରଥ ମଧ୍ୟ ପରିକ୍ରମା କରିଥିଲା। । ପଦଯାତ୍ରା ପରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରେ ଏସଏଜ୍ଜି ମହିଳାଙ୍କୁ ନେଇ ଗୃପ ଡିସକସନ୍ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନୁରୂପ ଭାବେ ଜିଲ୍ଲାର ସାତଟି ବ୍ଲକରେ ବିଡ଼ିଓ ମାନଙ୍କ ଉପସ୍ଥିତିରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉ କି ମିଶନ ଶକ୍ତି ବିଭାଗ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ମାଧ୍ୟମରେ ସୁଭଦ୍ରା ଯୋଜନା ବିଷୟରେ ସଚେତନତା ସୃଷ୍ଟି କରୁଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୀବ ସାହୁ, ସଦର ସିଡିପିଓ, ଜିଲ୍ଲା ସମାଜ ମଙ୍ଗଳ ଓ ସଦର ବ୍ଳକ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.