ନବରଙ୍ଗପୁରଠାରେ ରାଜ୍ୟ ସରକାରଙ୍କ ପ୍ରଣୀତ ଯୋଜନା ସଂପର୍କିତ ଜନ ସଚେତନତା ସମାବେଶ

add-all

ନବରଙ୍ଗପୁର : ଗତକାଲି ତା ୧୪.୯.୨୦୨୪ ଅପରାହ୍ନ ୪.୩୦ ମି଼ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଅଶୋକ ମେହେଟା ହଲଠାରେ ଏକ ରାଜ୍ୟ ସ୍ତରୀୟ ଭର୍ଚୁଆଲ କନଫେରେନ୍ସ ଅନୁଷ୍ଠିତ ହୋଇଥିଲା | ଅତିରିକ୍ତ ମୂଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନସଚେତନତା ସମାବେଶ ସଂପର୍କିତ” ବିକାଶ ମେଳା”ବୈଠକ ରେ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ,ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବିକାଶ ମେଳା ନୋଡାଲ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ୍,ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସୂଚନା ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ସରକାର ଙ୍କ ଦ୍ୱାରା ବିଭିନ୍ନ ପ୍ରଣୀତ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏହି ବିକାଶ ମେଳା ଆୟୋଜନ ର ଉଦ୍ଦେଶ୍ୟ।
ଆସନ୍ତା ୧୯.୯.୨୦୨୪ ରୁ ୨୨.୯.୨୦୨୪ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ସ୍ଵମନ୍ୱୟରେ ରାଜ୍ୟ ସାରା ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସମାବେଶ, ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ରାଜ୍ୟ ସ୍ତରୀୟ ଭର୍ଚୁଆଲ ବୈଠକ ପରେ ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଆସନ୍ତା ୨୦ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଏହି ସମାବେଶ ରେ ଅନୁନ୍ୟ ୩ ରୁ ୫ ହଜାର ପର୍ଯ୍ୟନ୍ତ ଲୋକଙ୍କ ସମାଗମ ହେବ।ବିଭିନ୍ନ ବିଭାଗ ସ୍ବାସ୍ଥ୍ୟ,ଶିକ୍ଷା, ମିଶନ ଶକ୍ତି, ଓର୍ମାସ୍ , ପଞ୍ଚାୟତିରାଜ, ପାନୀୟ ଜଳ,ଜଳଛାୟା,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ପ୍ଲାନିଙ୍ଗ, ହସ୍ତତନ୍ତ୍ର,ଆଇ ଟି ଡି ଏ,ଅଗ୍ନିଶମ,ସୁଚନା ଓ ଲୋକ ସମ୍ପର୍କ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି,ଉଦ୍ୟାନ,ପ୍ରାଣୀସମ୍ପଦ, ମତ୍ସ୍ୟ ଓ ବନବିଭାଗ ସହଯୋଗରେ ଷ୍ଟଲ୍ ସ୍ଥାପନ ସହ ସମାବେଶର ସଫଳ ରୂପାୟନ ପାଇଁ ଜିଲ୍ଲାପାଳ ସମାବେଶ ସ୍ଥଳରେ ଟେଣ୍ଟ , ଚୌକି, ଅତିଥି ନିମନ୍ତ୍ରଣ,ଷ୍ଟେଜ,ପୋଲିସ ନିୟନ୍ତ୍ରଣ କକ୍ଷ, ସାମୟିକ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ,ଖାଦ୍ୟ କାଉଣ୍ଟର, ଷ୍ଟ୍ରିଟ ଲାଇଟ୍, ସ୍ୱଚ୍ଛତା, ପ୍ରାଥମିକ ଚିକିତ୍ସା, ଅଗ୍ନି ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ,ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରି ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.