ଆସିକା ରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଇଦ-ମିଲାଦୁନ- ନବୀ ମହାସମାହର ରେ ପାଳିତ…

add-all


ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ଜାମିଆ ମସଜିଦ ପକ୍ଷରୁ ଇଦ-ମିଲାଦୁନ- ନବୀ ପାଳନ କରାଯାଇଛି।ମସଜିଦ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଆସିକା ବିଧାୟକ ସରୋଜ ପାଢ଼ୀ ଅଂଶଗ୍ରହଣ କରି ମହା ପୁରୁଷ ମହମ୍ମଦ ଙ୍କ ସମ୍ପର୍କରେ ଅତି ସୁନ୍ଦର ଭାବେ ଚର୍ଚ୍ଚା କରିଥିଲେ। ଏହି କାର୍ଯ୍ୟକ୍ରମ ରେ କୋଟିନଡ଼ା,ପଣ୍ଡିଆପଥର,କଲଜ ଛକ,ଆଦି ଅଞ୍ଚଳର ଶତାଧିକ ମୁସଲିମ ସମ୍ପ୍ରଦାୟର ଲୋକେ ଓ ଛୋଟ ଛୋଟ କୁନି ପିଲାମାନେ ଅଂଶଗ୍ରହଣ କରିଥିଲେ। ଏହି ପରେ ମହାପୁରୁଷ ମହମ୍ମଦ ଙ୍କ ଜୀବନ ଶୈଳୀ ଉପରେ ମସଜିଦ ର ଇମାମ ଶହେନାଜ ହୁସେନ ଧର୍ମ ଚର୍ଚ୍ଚା କରିଥିଲେ। ଶେଷରେ ମସଜିଦ ଠାରେ ଲାଙ୍ଗର ବା ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା।

ad-week
Leave A Reply

Your email address will not be published.