
ଫୁଲବାଣୀ : କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଖଡ଼ୁରା ସାମାଜ ଫୁଲବାଣୀ ପକ୍ଷରୁ ସାମାଜର ସଭାପତି ଓ ସମ୍ପାଦକଙ୍କ ସହଯୋଗରେ ପବିତ୍ର ଇଦ
ମିଳାଦୁନ ନବୀ ତଥା ମହାପୁରୁଷ ହଜରତ ମହମ୍ମଦଙ୍କ ଜୟନ୍ତୀ ଅବସରରେ ହାଟପଦା ସ୍ଥିତ ମୁସଲିମ ବସ୍ତିରୁ ସାମୁହିକ ପାର୍ଥନା ସାରିବା ପରେ ଶତାଧକ
ମୁସଲମାନ ଭାଇ ଶୋଭାଯାତ୍ରା ମେନରୋଡ଼ ଦେଇ ମାଦିକୁନ୍ଦା ଛକ ଯିବା ସମୟରେ ଉମା ଶଙ୍କର ଏଜେନ୍ସି ସମ୍ମୁଖରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ଯ ବିସ୍କୁଟ ପାଣି କୋଲ୍ଡ ଡ୍ରିକ୍ସ । ବଣ୍ଟନ କରାଯାଇଥିଲା l ସମସ୍ତ ମୁସଲମାନ ଭାଇ ମାନେ ଖଡ଼ୁରା ସାମାଜ ଯେପରି ଆଗକୁ ଉତ୍ତୋରତ୍ତର ଉନ୍ନତି କରୁ ବୋଲି କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସାମାଜର ସମସ୍ତ୍ ସଦସ୍ୟ ମାନେ ଉପସ୍ଥିତ ରହି ଶତାଧିକ ଲୋକଙ୍କୁ ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଥିଲା l