ସେନା ଅଧିକାରୀଙ୍କ ସହ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିବା ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

add-all

ଭୁବନେଶ୍ବର: ଭୁବନେଶ୍ୱରରେ ସେନା ଅଧିକାରୀ କ୍ୟାପଟେନ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ ଓ ଗିରଫ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କ ନିର୍ଦ୍ଦେଶ। ରବିବାର ଦିନ ଭରତପୁର ଥାନାରେ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କ୍ୟାପଟେନଙ୍କ ବାନ୍ଧବୀଙ୍କ ନାଁରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ ବୋଲି ପୁଲିସ ଡିଜି କହିଛନ୍ତି। ଥାନାରେ ଏକ ଅଭିଯୋଗ କରିବାକୁ ଯାଇଥିବା ବେଳେ ଏପରି ଆକ୍ରମଣ ହୋଇଥିଲା।

ସେନା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ଗତ ଶନିବାର ରାତିରେ କ୍ୟାପଟେନ ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀ କାରରେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବାହର କରିଥିଲେ। ଏହାକୁ ନେଇ ସଂପୃକ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୁଲିସ ଅଭିଯୋଗ ରଖିବା ବଦଳରେ ସେନା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲା। ଏଭଳିକି ସେନା ଅଧିକାରୀଙ୍କୁ ଲକ୍ଅପରେ ରାତିତମାମ ରଖିଥିବା ଅଭିଯୋଗରେ ଉଲ୍ଲେଖ ରହିଛି।

ad-week
Leave A Reply

Your email address will not be published.