ସରିଲା ରତ୍ନଭଣ୍ଡାର ଲେଜର ସ୍କାନିଂ

add-all

ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଦିନ ଲେଜର ସ୍କାନିଂ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି। ଏଏସ୍‌ଆଇ ଏଡିଜି ଜାନଭିଜ୍‌ ଶର୍ମାଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଛି । ଏହି ଟିମ୍‌ରେ ୧୭ ଜଣ ସଦସ୍ୟ ଥିଲେ।

ଲେଜର ସ୍କାନିଂ ପାଇଁ ତିନିଘଣ୍ଟା ଧରି ପରୀକ୍ଷଣ ଚାଲିଥିଲା। ଭିତର ରତ୍ନଭଣ୍ଡାରକୁ ଲେଜର ସ୍କାନିଂ କରାଯାଇଥିଲା। ଫିଜିକାଲ୍ ଯାଞ୍ଚ ହୋଇଥିଲା। କାନ୍ଥ ଓ ଚଟାଣ ଦେଖାହୋଇଥିଲା। ଆହୁରି ରାଡାର ସର୍ଭେ ଆବଶ୍ୟକ ଅଛି। ଆଉଥରେ ସର୍ବେକ୍ଷଣ କରାଯିବ। ସର୍ବେକ୍ଷଣ ପରେ ରିପୋର୍ଟ ଦେବେ। ଏକ୍ସପୋର୍ଟମାନଙ୍କ ମତାମତ ନିଆଯିବ। ଆଜି ୧୭ ଜଣିଆ ଟେକ୍ନିକାଲ୍ କମିଟି ଅନୁଧ୍ୟାନ କରିଥିଲେ।

ଏନ୍‌ଜିଆରଆଇ ଟିମ୍ ସଦସ୍ୟ ଅରୁଣ ପାଣ୍ଡୃଙ୍କ କହିଛନ୍ତି ସମସ୍ତ ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି। ଏନ୍‌ଜିଆରଇ ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ଲେଜର ସ୍କାନିଂ ରିପୋର୍ଟ ଖୁବଶୀଘ୍ର ଆସିବ। ରତ୍ନଭଣ୍ଡାର ତଦାରଖ କମିଟି ଅଧକ୍ଷ ଜଷ୍ଟିସ ରଥ କହିଛନ୍ତି, ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହେବ। ଜିପିଆର ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ। ଟିମ୍‌କୁ ଅନୁରୋଧ କରିଛୁ ୨୫ ତାରିଖ ଭିତରେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହେବ।

ad-week
Leave A Reply

Your email address will not be published.