ବ୍ରହ୍ମପୁରସ୍ଥିତ ରାଜସ୍ୱ ବଙ୍ଗଳା,ସଭାକକ୍ଷରେ ୬୭ତମ ଶ୍ରମିକ ଶିକ୍ଷା ଦିବସ ଅନୁଷ୍ଠିତ

add-all

ବ୍ରହ୍ମପୁର : ଦତ୍ତୋପନ୍ତ ଠେଙ୍ଗଡି କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ(ଶ୍ରମ ବିଭାଗ, ଭାରତ ସରକାର),ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶାଳୟ ତରଫରୁ ୬୭ ତମ ସ୍ଥାପନା ଦିବସ ବ୍ରହ୍ମପୁରସ୍ଥିତ ରାଜସ୍ବ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇ ଯାଇଅଛି।ଏହି ଅବସରରେ ମୁଖ୍ୟଅତିଥି ଭାବେ ପୌରାଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ଦଳେଇ ଯୋଗ ଦେଇ ବୋର୍ଡର କାର୍ଯକ୍ରମ ଗୁଡ଼ିକୁ ପ୍ରଶଂସା କରିଥିଲେ ଏବଂ ଶ୍ରମିକ ମାନଙ୍କର ବିଭିନ୍ନ ଯୋଜନାରେ ଲlଭାନ୍ଵିତ ହେବାରେ ବୋର୍ଡର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ମହମ୍ମଦ ସlହିଦ ଅଖତାର ବୋର୍ଡର କାର୍ଯ୍ୟକଳାପ ବିଷୟ ରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭାରତୀୟ ମଜଦୂର ସଙ୍ଘ, ଗଞ୍ଜମ ଜିଲ୍ଲା ସଭାପତି ଡାକ୍ତର ଭବାନୀ ଶଙ୍କର ଦାସ, କ୍ଷେତ୍ରୀୟ ଉପଦେଷ୍ଠ। କମିଟି ଅଧ୍ୟକ୍ଷ ଶ୍ରୀ ଦିଲୀପ କୁମାର ଦାସ ଏବଂ ଭାରତୀୟ ମଜଦୂର ସଙ୍ଘ ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀ ଲିଙ୍ଗରାଜ ସାହୁ ଆଦି ଯୋଗ ଦେଇ ଶ୍ରମିକ ମାନଙ୍କର ବିଭିନ୍ନ ଯୋଜନାର ଲାଭ ପ୍ରଦାନ କରିବାରେ ବୋର୍ଡ ର ସକାରାତ୍ମକ ଭୂମିକା, ଶ୍ରମିକ ମାନଙ୍କ ଅଧିକାର, ସମସ୍ୟା ଓ ସମାଧାନ ସମ୍ବନ୍ଧରେ ନିଜନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ଯୁବ ସାମାଜିକ କର୍ମୀ ଏବଂ ଶ୍ରମିକ ନେତା ଶ୍ରୀ ଉମାଶଙ୍କର ସାହୁ ଏହି ସମ୍ମିଳନୀରେ ଯୋଗଦେଇ ଗ୍ରାମ୍ୟାଞ୍ଚଳରେ ଶ୍ରମିକଙ୍କୁ ଶିକ୍ଷା ଓ ସଚେତନତାର ଆବଶ୍ୟକତା ବିଷୟରେ ନିଜର ମତ ରଖିଥିଲେ ଏବଂ ଉପଯୁକ୍ତ ଶିକ୍ଷା ଦ୍ୱାରା ସମାଜରେ ଅନେକ ସ୍ଥାନରେ ହେଉଥିବା ଶ୍ରମିକ ଶୋଷଣ ଓ ଶ୍ରମିକ ମାରଣ ଭଳି ସମସ୍ୟାକୁ ରୋକା ଯାଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିଭଳି ଭାରତୀୟ ମଜଦୂର ସଙ୍ଘର ପୂର୍ବତନ ସମ୍ପାଦକ ଶ୍ରୀ ସତ୍ୟ ତ୍ରିପାଠୀ ସଭାରେ ଯୋଗଦେଇ ଶ୍ରମିକ କଲ୍ୟାଣରେ ବୋର୍ଡର କାର୍ଯ୍ୟକଳାପ ସମ୍ବନ୍ଧରେ କହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବେସରକାରୀ ସଙ୍ଗଠନ, ଶ୍ରମିକସଂଘ ର ସଦସ୍ୟ ତଥା ସିଦ୍ଧାର୍ଥ ସାହୁ, ସୁଦର୍ଶନ ଗୌଡ଼, ଜଗନ୍ନାଥ ରାଉଳ, ପୁନି ମହାପାତ୍ର, ଲିଟୁ ସାହୁ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଶିକ୍ଷା ଅଧିକାରୀ ଶ୍ରୀ ଦିଲୀପ ଶତପଥୀ, କାର୍ଯକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ୍ ଅର୍ପଣ ପୁର୍ବକ ସଭାସାଙ୍ଗ କରିଥିଲେ।

ad-week
Leave A Reply

Your email address will not be published.