ରାୟଗଡା ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରପୁରୁ ବ୍ଲକରେ ମାଓବାଦୀମାନଙ୍କର କିଛିଦିନ ନିରବତା ପରେ ବର୍ତମାନ ପୁଣି ସକ୍ରୀୟ…!

add-all

ଚନ୍ଦ୍ରପୁରୁ ବ୍ଲକ ଲୋକଙ୍କୁ ଡରାଉଛି ହନୁମନ୍ତପୁରୁର ମାଓପପୋଷ୍ଟର।

ରାୟଗଡ଼ା : ତା : ୨୦/୦୯/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଚନ୍ଦ୍ରପୁରୁ ବ୍ଲକରେ ମାଉଵାଦୀମାନଙ୍କର କିଛିଦିନ ନିରବତା ପରେ ଏଵେ ସକ୍ରୀୟ ହୋଇଊଠିଛନ୍ତି। ଆଜି ସକାଳୁ ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ବ୍ଳକ ହନୁମନ୍ତପୁରୁ ପଙ୍କାଳଗୁଡି ପୂର୍ତ୍ତ ଵିଭାଗ ମୁଖ୍ୟ ରାସ୍ତା ଠାରୁ ହନୁମନ୍ତପୁରୂ ବ୍ରିଜ ପର୍ଯ୍ୟନ୍ତ ମାଉ ପୋଷ୍ଟର ମରାଯାଇଥିବା ଲୋକମାନେ ଦେଖି ଭୟଭିତ ହୋଇଛନ୍ତି। ପୋଷ୍ଟରରେ ସିପିଆଇ (ମାଉବାଦୀ) ବାଘୁନା ଡିଭିଜନ ପକ୍ଷରୁ ଲେଖା ଯାଇଛି ଦେଖିବାକୁ ମିଳିଛି, ଅସଲ ନାରୀ ମୁକ୍ତ ସମ୍ମାନ, ସମସ୍ତଙ୍କ ହାତକୁ କାମ, ଶିକ୍ଷା ଓ ଚିକିତ୍ସାର ଗ୍ୟାରେଣ୍ଟି ,ମୌଳିକ ସମାଧାନ ପାଇଁ ନୂଆ ଗଣତନ୍ତ୍ର ଵିପ୍ଲବରେ ଯୋଗ ଦିଅନ୍ତୁ ବୋଲି ଲେଖା ଥିବା ଜଣାପଡିଛି। ଖବର ପାଇ ଚନ୍ଦ୍ରପୁରୁ ପୋଲିସ ପୋଷ୍ଟର କାଢି ଯବତ କରିଥିବା ସୂଚନା ମିଳିଛି।ତେବେ କିଏ ଏହି ପୋଷ୍ଟର ମାରିଛି ତଦନ୍ତ କରାଗଲେ ସତ୍ୟାସତ ଜଣାପଡିଵ ଵୋଲି ଆତଙ୍କିତ ଅବସ୍ଥାରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।

ad-week
Leave A Reply

Your email address will not be published.