ଆସିକା ଜନସ୍ୱାସ୍ଥ୍ୟ ବିଭାଗ ପାନୀୟ ଜଳ ଯୋଗାଇ ଟାଇଫଏଡ ଜ୍ୱର ବାଣ୍ଟୁଛି…..!

add-all


ବ୍ରହ୍ମପୁର: ଆସିକା ସହର ସମେତ ଏହାର ଆଖ ପାଖ ଅଞ୍ଚଳ ରେ ଘରେ ଘରେ ଟାଇଫଏଡ ଜ୍ୱରରେ ଶତାଧିକ ଲୋକେ ଆକାନ୍ତ ହୋଇଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହର କୁ ଯୋଗାଣ ହେଉଥିବା ଜଳ ଗୋଳିଆ ଓ ଆବର୍ଜନା ଆସୁଥିବା ରୀତିମତ ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ସୁବର୍ଣ୍ଣପେଟା, ବଜାରସାହି, ନିରଞ୍ଜନ ନଗର, ରେଡ଼ିକା ସାହି ଆଦି ଅଞ୍ଚଳ ରେ ଜଙ୍ଗ ପାଣି ସାଙ୍ଗକୁ ସ୍ୱଳ୍ପ ଧାରା ରେ ପାଣି ଯୋଗାଣ ହେଉଛି। ଲୋକଙ୍କୁ ସ୍ୱଚ୍ଛ ଥିବା ପାନୀୟ ଯୋଗାଣ ପାଇଁ ଆସିକା ବିଧାୟକ ବାରମ୍ବାର ଦାବୀ କରିଲେ ବି ବାବୁ ମାନଙ୍କ ନିଦ ଭାଙ୍ଗୁନାହିଁ।ଖାରି ଜଳ ସାଙ୍ଗକୁ ଦୂଷିତ ଜଳ ଯୋଗାଣ ନ ହେବା ଫଳରେ ଟାଇଫଏଡ଼ ଜ୍ୱର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ମାସିକ ମାତ୍ର ୨୦ ଟଙ୍କା ରେ ଘରୋଇ ଜଳ ଯୋଗାଣ ବେଳେ ସୁଦ୍ଧ ପାନୀୟ ଜଳ ଯୋଗାଣ ହେଉଥିଲେ ବି ଏବେ ଦଶ ଗୁଣ ଅଧିକ ପାଣି ବିଲ ଦେଇ ଦୂଷିତ ଜଳ ଯୋଗାଣ ହେଉଥିବା ଲୋକେ କହିଲେଣି। ଯୁଦ୍ଧକାଳୀନ ଭିତ୍ତିରେ ମିଠା ବିସୁଦ୍ଧଜଳ ଯୋଗାଣ ସାଙ୍ଗକୁ ଯେଉଁ ଗୃହ ଗୁଡ଼ିକୁ ସ୍ୱଳ୍ପ ଧାରା ରେ ଜଳ ଆସୁଛି, ସୁଧାର ନ ଆଣିଲେ ଆସିକା ରେ ପାନୀୟ ଜଳକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ।

ad-week
Leave A Reply

Your email address will not be published.