ଭିଣୋଇ ଘରେ ଭିଜିଲାନ୍ସ ଚଢ଼ାଉ, ଶଳାଙ୍କ ଘରୁ ମିଳିଲା ନଗଦ ୪୬ ଲକ୍ଷ

add-all

ବାଲେଶ୍ୱର ରୁରାଲ୍‌ ୱାର୍କସ ସର୍କଲ ଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ସଂପତ୍ତି ଠାବ କରାଯାଇଛି। ତା’ ମଧ୍ୟରେ ରହିଛି ୨ଟି କୋଠା, ଗୋଟିଏ ଫ୍ଲାଟ ଓ ୪ଟି ପ୍ଳଟ୍‌। ସେହିପରି ତାଙ୍କର ଦୁଇଟି ବେନାମୀ ଫ୍ଲାଟ ଠାବ କରାଯାଇଛି। ବ୍ୟାଙ୍କରେ ସେ ୧.୧୧ କୋଟି ଟଙ୍କା ଜମା ରଖିଥିବା ବେଳେ ତାଙ୍କର ଅନ୍ୟାନ୍ୟ ଜମା ଓ ନିବେଶ ନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି। ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କର ଗୋଟିଏ ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଅଛି। ସେହିପରି ତାଙ୍କ ଶଳାଙ୍କ ଘରୁ ନଗଦ ୪୬.୪୫ ଲକ୍ଷ ଟଙ୍କା ଜବତ କରାଯାଇଛି।

ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ୨ଟି କୋଠା ମଧ୍ୟରୁ ଗୋଟିଏ ବ୍ରହ୍ମପୁରର ଭବାନୀପୁରରେ ରହିଛି। ତାହା ୨୧ଶହ ବର୍ଗଫୁଟ ଅଞ୍ଚଳରେ ଥିବା ବେଳେ ଅନ୍ୟ କୋଠାଟି ଭୁବନେଶ୍ୱରର ପାତ୍ରପଡ଼ାରେ ରହିଛି, ଯାହା ୩୦୦୦ ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ହୋଇଛି।

ବ୍ରହ୍ମପୁରର ବୈଦ୍ୟନାଥପୁରର ସ୍ପେକ୍ଟ୍ରମ ଗ୍ରୀନ୍ ଆପାର୍ଟମେଣ୍ଟରେ ତାଙ୍କର ଏକ ତ୍ରି-ବିଏଚ୍‌କେ ଫ୍ଲାଟ ଅଛି। ଏହା ସହିତ ତାଙ୍କର ୨ଟି ବେନାମୀ ଫ୍ଲାଟ ଥିବା ସନ୍ଦେହ କରାଯାଉଛି। ସେଥିରୁ ଗୋଟିଏ ଭୁବନେଶ୍ୱରର ସୁନ୍ଦରପଦାରେ ଓ ଅନ୍ୟଟି ବ୍ରହ୍ମପୁରର ବୈଦ୍ୟନାଥନଗରର ସ୍ୱସ୍ତିକ ଆପାର୍ଟମେଣ୍ଟରେ ରହିଛି। ଭିଜିଲାନ୍ସର ଏହା ମାଲିକ କିଏ, ତାହା ସ୍ପଷ୍ଟ କରିବାକୁ ଯାଞ୍ଚ ଜାରି ରଖିଛି।

ଶ୍ରୀ ରାଓଙ୍କର ୪ଟି ପ୍ଲଟ୍ ମଧ୍ୟରୁ ୨ଟି ଭୁବନେଶ୍ୱରରେ ଓ ଗୋଟିଏ ବ୍ରହ୍ମୁପରରେ ଅଛି। ଆଉ ଗୋଟିଏ ଗଞ୍ଜାମ ଜିଲ୍ଲାର ବଡ଼ଗୁମୁଲାରେ ଅଛି। ତାଙ୍କର ସମସ୍ତ କୋଠା, ଫ୍ଲାଟ ଓ ପ୍ଳଟର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସର ବୈଷୟିକ ଟିମ୍।

ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କ ଶାଳକଙ୍କ ଘରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିଲା। ସେଠାରୁ ଭିଜିଲାନ୍ସକୁ ନଗଦ ୪୬.୪୫ ଲକ୍ଷ ଟଙ୍କା ମିଳିଛି। ଶ୍ରୀ ରାଓଙ୍କ ଶାଳକ ବ୍ରହ୍ମୁପର ଜେଲରେ ଡାକ୍ତର ଅଛନ୍ତି। ଏତେ ପରିମାଣରେ ନଗଦ ଅର୍ଥ କେଉଁଠାରୁ ଆସିଲା, ସେ ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଏସ୍‌ବିଆଇର ବ୍ରହ୍ମପୁର ଶାଖାରେ ଶ୍ରୀ ରାଓଙ୍କ ପତ୍ନୀଙ୍କ ନାମରେ ଏକ ଲକର ଅଛି। ଭିଜିଲାନ୍ସ ପକ୍ଷରୁ ଏଯାଏଁ ଉକ୍ତ ଲକରକୁ ଖୋଲା ଯାଇନି। ତାଙ୍କର ଅନ୍ୟାନ୍ୟ ଜମା, ନିବେଶ ଓ ସଂପତ୍ତି ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି।

୧୧ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସ୍‌ଆଇ ଓ ଅନ୍ୟାନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ନେଇ ଭିଜିଲାନ୍ସ ପକ୍ଷରୁ ଆଜି ମୁଖ୍ୟଯନ୍ତ୍ରୀ ଶ୍ରୀ ରାଓଙ୍କର ୧୧ଟି ଠିକଣାରେ ଚଢ଼ାଉ କରାଯାଉଥିଲା।

ad-week
Leave A Reply

Your email address will not be published.