୨୩ ତାରିଖ ଯାଏଁ ରତ୍ନଭଣ୍ଡାର ଯାଞ୍ଚ ଜାରି ରହିବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ

add-all

ପୁରୀ: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ଆଜିଠାରୁ ଯାଞ୍ଚ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୩ ତାରିଖ ଯାଏଁ ଜାରି ରହିବ। ଆଜି ପ୍ରଥମ ଦିନରେ ଏଏସ୍‌ଆଇ ଓ ବିଶେଷଜ୍ଞ ଟିମ୍‌ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍‌ଣ ୨ଟାରେ ପ୍ରବେଶ କରିଥିଲେ। ଦୀର୍ଘ ୪ ଘଣ୍ଟା ପରେ ଏହି ଟିମ୍‌ ରତ୍ନଭଣ୍ଡାରରୁ ବାହାରିଥିଲେ। ଗୁପ୍ତ ରତ୍ନଭଣ୍ଡାର ଓ ଗୁପ୍ତ ସୁଡ଼ଙ୍ଗ ନେଇ ଯାଞ୍ଚ ଜାରି ରହିଛି। ଆଜିର ଯାଞ୍ଚ କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଆସନ୍ତାକାଲି ପୁଣି ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶନିବାର ସନ୍ଧ୍ୟାରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହି ସୂଚନା ଦେଇଛନ୍ତି।
ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୁଧବାର ଦିନ ଲେଜର ସ୍କାନିଂ ହୋଇଥିଲା। ବିଶେଷଜ୍ଞ ଟିମ୍‌ର ସଦସ୍ୟଙ୍କ ଦ୍ବାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇ ଥିଲା। ଏଏସ୍‌ଆଇ ଏଡିଜି ଜାନଭିଜ୍‌ ଶର୍ମାଙ୍କ ନେତୃତ୍ବରେ ରତ୍ନଭଣ୍ଡାର ଲେଜର ସ୍କାନିଂ କରାଯାଇଥିଲା। ଏହି ଟିମ୍‌ରେ ୧୭ ଜଣ ସଦସ୍ୟ ଥିଲେ।
ଏନ୍‌ଜିଆରଆଇ ଟିମ୍ ସଦସ୍ୟ ଅରୁଣ ପାଣ୍ଡୃଙ୍କ କହିଥିଲେ ସମସ୍ତ ଯାଞ୍ଚର ଡକୁମେଣ୍ଟଟେସନ ହୋଇଛି। ଏନ୍‌ଜିଆରଇ ଟିମ୍ ଖୁବଶୀଘ୍ର ଜିପିଆର ସର୍ଭେ କରିବେ। ରତ୍ନଭଣ୍ଡାର ତଦାରଖ କମିଟି ଅଧକ୍ଷ ଜଷ୍ଟିସ ରଥ କହିଛନ୍ତି, ସମସ୍ତ ଯାଞ୍ଚର ଭିଡିଓଗ୍ରାଫି ହେବ। ଜିପିଆର ସର୍ଭେ ମେସିନ୍ ଖୁବଶୀଘ୍ର ଆସିବ। ଟିମ୍‌କୁ ଅନୁରୋଧ କରିଛୁ ୨୫ ତାରିଖ ଭିତରେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହେବ।

ad-week
Leave A Reply

Your email address will not be published.