ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ବଛତା ଦିବସ ପାଳିତ

add-all

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ଦ୍ବାରା ଅନ୍ତରାଷ୍ଟ୍ରୀୟ ତଟୀୟ ସ୍ବଛତା ଦିବସ ପାଳନ ଅବସର ରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଙ୍କ ନେତୃତ୍ବ ରେ ବିଦ୍ୟାଳୟର ସ୍କାଉଟ ଓ ଏନସିସି ଶିଶୁମାନଙ୍କ ଦ୍ବାରା ଅଗସ୍ତିନୂଆ ଗାଁ ପଂଚାୟତ ର ନୋଳିଆ ନୁଆଗାଁ ସଂଲଗ୍ନ ସମୁଦ୍ର ତଟକୁ ପରିତ୍ୟକ୍ତ ପଲିଥିନ ଓ ପ୍ଲାଷ୍ଟିକ ଦ୍ରବ୍ଯ ଆଦିକୁ ସଂଗ୍ରହ କରାଯାଇ ପରିସ୍କାର କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସମସ୍ତ ଆଚାର୍ଯ୍ଯଙ୍କ ସମେତ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଶିବପ୍ରସାଦ ପଟ୍ଟନାୟକ, ଏନସିସି ମାଷ୍ଟର ଡି.ଗଣେଶ ରେଡି ସହିତ ପରିଚାଳନା କମିଟିର ସହସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇ ତଟୀୟ ସ୍ବଚ୍ଛତା ନିମିତ୍ତ ମାର୍ଗଦର୍ଶନ କରିଥିଲେ। ଆଚାର୍ଯ୍ୟା ରଞ୍ଜିତା ପଲେଇ ଓ ସ୍ଥାନୀୟ ସଂସ୍କାର କେନ୍ଦ୍ର ସଂଯୋଜିକା ରାଜମ୍ମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.