ଡାକ୍ତରୀ ହେବେ ସ୍ୱାଭିମାନ ଅଂଚଳର ଝିଅ ଅଙ୍କିତା

add-all

ମାଲକାନଗିରି (ଚିତ୍ରକୋଣ୍ଡା) : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ସୁନା ଝିଅ ଅଙ୍କିତା ବେହେରା। ଚିତ୍ରକୋଣ୍ଡା ଅଂଚଳ ଶିକ୍ଷା ଓ ସ୍ବାସ୍ୟଃ କ୍ଷେତ୍ରରେ ଆଜିବି ପଛୁଆଏଭଳି କ୍ଷେତ୍ରରେ ଅଙ୍କିତା ଡାକ୍ତରୀ ପାଇବା ଆଶ୍ଚର୍ଯ୍ୟ ଓ ଖୁସି କଥା।ସେ ଆଲ ଇଣ୍ଡିଆ ନିଟ ରେଙ୍କ 95421 ଏବଂ ଷ୍ଟେଟ ରେଙ୍କ ରେ 2765 ଅଛି ବର୍ତ୍ତମାନ ତାଙ୍କୁ ଦ୍ଵିତୀୟ ସିଲେକ୍ସନ ମନୋନୀତ ହୋଇ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତରୀରେ ପାଠ ପଡିବେ।ସେ ଅକ୍ଲାନ୍ତ ପରିଶ୍ରମ ରେ ଏପରି କୀର୍ତିତ୍ୱ ହାସଲ କରିଛନ୍ତି।ରବୀନ୍ଦ୍ର କୁମାର ବେହେରା ଓ ଶ୍ରୀମତୀ ସୁମତି ବେହେରା ତୃତୀୟ କନ୍ୟା। ବାପା ଶିକ୍ଷକ ଓ ମାଆ ଗୃହଣୀ।ଅଙ୍କିତା ପ୍ରାଥମିକ ଶିକ୍ଷା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଥମ ରୁ ପଞ୍ଚମ ଯାଏଁ ପଡ଼ିଥିଲେ।ନବୋଦୟ ଉତ୍ରୀଣ୍ଣ ହୋଇ ଷଷ୍ଠ ରୁ ଯୁକ୍ତ ଦୁଇ ଯାଏଁ ପଡିଥିଲେ।ତାପରେ ଦ୍ଵିତୀୟ ଥରରେ ନିଟ୍‌ରେ କୃତିତ୍ବ ହାସଲ କରିଛନ୍ତି।

ଅଙ୍କିତା ପ୍ରଥମେ ମାନବ ସେବା ତତସହିତ ସ୍ବାସ୍ତ୍ୟ କ୍ଷେତ୍ରରେ ଆମର ଅଂଚଳରେ ବିଶେଷ ସୁଭିଧା ନଥିବାରୁ ଡାକ୍ତରୀ ହେବାକୁ ଇଚ୍ଛା ଜାଗ୍ରତ ହୋଇଥିଲା ବୋଲି ଆମକୁ ପ୍ରତିକ୍ରିୟା କହିଛନ୍ତି।ଅଙ୍କିତା ବେହେରା ଙ୍କ ସଫଳତା ପାଇଁ ପରିବାର ଠାରୁ ସ୍ୱାଭିମାନ ଅଂଚଳ ପ୍ରଯ୍ୟନ୍ତ ଖୁସିର ଲହର ଖେଳି ଯାଇଛି।

ad-week
Leave A Reply

Your email address will not be published.