ଗିରଫ ହେଲେ ବାଲେଶ୍ବର ଗ୍ରାମ୍ୟ ନିର୍ମାଣ ମଣ୍ଡଳର ମୁଖ୍ୟଯନ୍ତ୍ରୀ

add-all

ଭୁବନେଶ୍ଵର: ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନଭି ରାଓଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢ଼ଉ ବେଳେ ୩.୭୭ କୋଟିର ସ୍ଥାୟୀ ଜମା, ୪୬ ଲକ୍ଷ ଟଙ୍କା ନଗଦ, ୫୧୦ ଗ୍ରାମ୍ ସୁନା, ୨ଟି ବେନାମୀ କୋଠା ଓ ୪ଟି ଦାମୀ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ।

ଗତ ଶୁକ୍ରବାର ଦିନ ଏନଭି ରାଓଙ୍କ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ଏକକାଳୀନ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, କେନ୍ଦୁଝର ଓ ଫୁଲବାଣୀରେ ମୋଟ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ପୁର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ହରିହର ରାଓଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଥିଲା। ତେବେ ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ହୋଇଥିଲେ।

ଚଢ଼ଉ ବେଳେ ୨ଟି କୋଠା, ଗୋଟିଏ ଫ୍ଲାଟ, ୪ଟି ପ୍ଲଟ ଓ ଦୁଇଟି ବେନାବୀ ପ୍ଲଟ ଠାବ କରିଥିଲେ ଭିଜିଲାନ୍ସ ଟିମ୍। ଏହା ସହ ୧ କୋଟି ୧୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଗୋଟିଏ କାର ଓ ଗୋଟିଏ ବାଇକ ଠାବ ହୋଇଛି। କୋଟିପତି ଯନ୍ତ୍ରୀଙ୍କ ଶଳାଙ୍କ ଘରୁ ନଗଦ ୪୬ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଜବତ ସମ୍ପତ୍ତି ସମ୍ପର୍କରେ ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.