ରାଜ୍ୟ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସମାବେଶ ଓ ବନ୍ଧୁମିଳନ…

add-all

ଭଞ୍ଜନଗର : ଭଞ୍ଜନଗରସ୍ଥିତ ଆର.ଏମ.ସି ସମ୍ମିଳନୀ କକ୍ଷରେ ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି, ଉପସଭାପତି ଓ ରାଜ୍ୟ ସମ୍ପାଦକ ଗଞ୍ଜାମ ଜିଲ୍ଲା ସମାବେଶ ବନ୍ଧୁମିଳନ ରେ ବହୁମୂଲ୍ୟ ଦେଇ ଯୋଗ ଦାନ କରିଥିଲେ । ଜିଲ୍ଲା ସଭାପତି ବିଶ୍ଵନାଥ ମାରଣା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବିଷୋୟୀ ସାମ୍ବାଦିକ ମାନଙ୍କ ଦାବୀ କୁ ଯଥାର୍ଥ ତେଣୁ ସଂଘ ଯେଉଁ ଦାବି କରୁଛି ତାହା ବିଧାନସଭା ରେ ଜଣାଇବି ଏବଂ ଏ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଅବଗତ କରାଇବା କୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ, ସଂଘର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ ପାଇଁ ସରକାର ଙ୍କ ନିକଟରେ ଅନେକ ଦାବୀ ଉପସ୍ଥାପନା କରାଯିବା ସହିତ ସାମ୍ବାଦିକ ମାନଙ୍କ ସହିତ ସୁଖ ଦୁଃଖ ରେ ସଂଘ ରହିଛି ଓ ରହିବ ମଧ୍ୟ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଉପସଭାପତି କୀର୍ତ୍ତିଚନ୍ଦ୍ର ସାହୁ,ଓ ରାଜ୍ୟ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ମଧ୍ୟ ଯୋଗ ଦେଇଥିଲେ l ଗଞ୍ଜାମ ଜିଲ୍ଲା ର ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ଓ କୋଷାଧ୍ୟକ୍ଷ ଯୋଗ ଦେଇ ସଂଘ ର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ ସାମ୍ବାଦିକ ଙ୍କୁ ଆଲୋକପାତ କରାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ବେଲଗୁଣ୍ଠା ର ବହୁ ବରିଷ୍ଟ ସାମ୍ବାଦିକ ମାନେ ଉପସ୍ଥିତ ରହି ରାଜ୍ୟ ସାମ୍ବାଦିକ ସଂଘରେ ଯୋଗ ଦେଇଥିଲେ। ଭଞ୍ଜନଗର ଉପଖଣ୍ଡ ସ୍ତରୀୟ

ଉପସଭାପତି ଭାବେ ରାଜକିଶୋର ବିଷୋୟୀ ଙ୍କୁ ରାଜ୍ୟ ସଭାପତି କୈଳାଶ ନାୟକ ନାମ ଘୋଷଣା ସହ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବେଲଗୁଣ୍ଠା ରାଜ୍ୟ ସାମ୍ବାଦିକ ସଂଘ ଗଞ୍ଜାମ ଜିଲ୍ଲା ର ସମସ୍ତ ସଭ୍ୟ ଆୟୋଜନ କରିଥିଲେ।ଏଥିରେ ବହୁ ବରିଷ୍ଟ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା।

ad-week
Leave A Reply

Your email address will not be published.