ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକଙ୍କ(ଏଡିଇଓ) ପ୍ରଥମ କାର୍ଯ୍ୟକାରିଣୀ ବୈଠକ…

add-all

ମାଲକାନଗିରି : ଜିଲ୍ଲାରେ ଥିବା ୮୪ ଜଣ ଗ୍ରାମ ରୋଜଗାର ସେବକଙ୍କ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ନିୟମାନୁସାରେ ଉକ୍ତ ୮୪ ଜଣ ଗ୍ରାମ ରୋଜଗାର ସେବକ ଙ୍କୁ ବର୍ତ୍ତମାନ ପଦୋନ୍ନତି ପରେ ସେମାନଙ୍କୁ “ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ” ଭାବରେ ଦାୟିତ୍ଵ ମିଳିଛି। ଆଜି ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦରମହକୁମା ହୋଟେଲ ସ୍ବାଗତ ଠାରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ “ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ” କର୍ମକର୍ତ୍ତା ଙ୍କ ପକ୍ଷରୁ ଏକ କମିଟି ଗଠଣ କରାଯାଇଛି। ଯେଉଁଥିରେ ଜିଲ୍ଲା ସଭାପତି ଭାବରେ ସୁଶିଲ କୁମାର ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ଭାବରେ ତାପସ ସରଦାର, କେଶିୟାର ବିଶ୍ବଜିତ ସରକାର, ଉପସଭାପତି କ୍ରିଷ୍ଣା ବାଗଚୀ, କାର୍ଯ୍ୟକାରିଣୀ ସଭାପତି ଏନ୍.ମୋହନ, ପରାମର୍ଶ ଦାତା ଭାବେ ରଘୁନାଥ ଗୈାଡ଼ ଏବଂ ଗୈାରଚାନ୍ଦ ବିଶ୍ଵାସ ମନୋନୀତ ହୋଇଛନ୍ତି। ସେହିପରି ନିମ୍ନରେ ସଂଘର ଅନେକ କର୍ମକର୍ତ୍ତା ରହିଛନ୍ତି ସମସ୍ତଙ୍କୁ ନୂତନ ଗଠନ ହୋଇଥିବା କମିଟିର ବିଭିନ୍ନ ପଦ ପଦବୀ ଦାୟିତ୍ଵ ମିଳିଛି ଯଥା ବିପୁଳ ପାଲ,କାଲାଚାନ୍ଦ ମଣ୍ଡଳ, ଶଙ୍କର କର୍ମକାର, ଦେବେନ୍ଦ୍ର ଖେମୁଡ଼ୁ, ଡମ୍ବରୁଧର ପୂଜାରୀ, ବସନ୍ତ ମଣ୍ଡଲା ଓ ରାଜେଶ ଦାସ୍ ସହିତ ଏହି ବୈଠକରେ ସମସ୍ତ ପଦୋନ୍ନତି ହିସାବ ରକ୍ଷକ ତଥା ତଥ୍ୟ ନିକ୍ଷେପଣ ପରିଚାଳକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.