ଡ଼ବଲଇଞ୍ଜିନ ସରକାରଙ୍କ ଦରଦାମ ବୃଦ୍ଧି ର ବିକଳ୍ପ ବ୍ୟବସ୍ଥା : ସପ୍ତାହ କୁ ଦୁଇ ଦିନ ଉପବାସ ରୁହ ସୁସ୍ଥ ରୁହ…

add-all


ବ୍ରହ୍ମପୁର: ଗତ କିଛି ଦିନ ହେଲା ସମସ୍ତ ଖାଦ୍ୟ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ନାକେଦମ ହୋଇଥିବା ଅନୁମାନ କରାଯାଉଛି। ପ୍ରଥମେ ଅଟା,ଚାଉଳ, ଡ଼ାଲି, ତେଲ ପରେ ଆଳୁ ପିଆଜ, ଅଦା, ରସୁଣ ସାଙ୍ଗକୁ ପନିପରିବା ଦର ଅହେତୁକ ଭାବେ ଦିନକୁ ଦିନ ବଢ଼ିଚାଲିଛି।ସାଧାରଣ ଜନତା ଗରିବ ଗୁରୁବା ଏବେ ତ୍ରାହି ତ୍ରାହି ବୋଲି ଡ଼ାକ ଦେଲାଣି। ଦରଦାମ ବୃଦ୍ଧିର ଫାଇଦା ନେବାକୁ ବିରୋଧି କହିଲେଣି ଡ଼ବଲ ଇଞ୍ଜିନ ସରକାର ଏବେ ଦରଦାମ କଣ୍ଟ୍ରୋଲ ର ଏକ ମାତ୍ର ବିକଳ୍ପ ସପ୍ତାହ କୁ ଦୁଇ ଥର ଉପବାସ ରହିଲେ ଆର୍ଥିକ ପରିସ୍ଥିତି ରେ ସୁଧାର ଆସିବ ବୋଲି। ଶେଷରେ ଡ଼ବଲଇଞ୍ଜିନ ସରକାର ଙ୍କ ନୂଆ ଯୋଜନା ବିନା ପିଆଜ ରସୁଣ ସପ୍ତାହ କୁ ତିନି ଓଳି ଉପବାସ ରହିବା ସ୍ୱାସ୍ଥ୍ୟ ପକ୍ଷେ ଭଲ ବୋଲି ଚା ଖଟିରେ ଚର୍ଚ୍ଚା ର ବିଷୟ ହୋଇଛି। କେବଳ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଗୋଡ଼ ଝିକା ଝିକି ହେବା ଫଳରେ ଦରଦାମ ର ମାଡ଼ ରେ ସାଧାରଣ ଜନତା ବେହାଲ ହୋଇଥିବା ଲକ୍ଷ କରାଯାଉଛି। ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଯୋଗୁଁ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ad-week
Leave A Reply

Your email address will not be published.